ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ; ଓଡିଶାରେ ୬୯.୩୫% ଭୋଟିଂ

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୩୫ ପ୍ରତିଶତ ଭୋଟିଂ ହୋଇଛି। ନିର୍ବାଚନ କମିଶନଙ୍କ ଶେଷ ତଥ୍ୟ ଅନୁସାରେ ଗତକାଲି ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ହାରାହାରି ଭୋଟିଂ ପ୍ରତିଶତ ରହିଛି ୬୯.୩୫ । ଆସ୍କାରେ ସର୍ବାନିମ୍ନ ୬୦.୭୮ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବରଗଡ଼ରେ ସର୍ବାଧିକ ୭୬.୨୦ ପ୍ରତିଶତ ଭୋଟିଂ ହୋଇଛି। 

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୩୫ ପ୍ରତିଶତ ଭୋଟିଂ ହୋଇଛି । ନିର୍ବାଚନ କମିଶନଙ୍କ ଶେଷ ତଥ୍ୟ ଅନୁସାରେ ଗତକାଲି ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ହାରାହାରି ଭୋଟିଂ ପ୍ରତିଶତ ରହିଛି ୬୯.୩୫ ।  ଆସ୍କାରେ ସର୍ବାନିମ୍ନ ୬୦.୭୮ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବରଗଡ଼ରେ ସର୍ବାଧିକ ୭୬.୨୦ ପ୍ରତିଶତ ଭୋଟିଂ ହୋଇଛି। ବଲାଙ୍ଗିରରେ ୭୧.୪୬ ପ୍ରତିଶତ ହୋଇଛି ।

ସେହିଭଳି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ୭୦.୩୭ ପ୍ରତିଶତ ଏବଂ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ୬୭.୭୪ ପ୍ରତିଶତ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୫.୬୦ ପ୍ରତିଶତ ମତଦାନ ହୋଇଥିଲା।  ଅନ୍ୟପଟେ ଗତକାଲି ହୋଇଥିବା  ବିଧାନସଭା କ୍ଷେତ୍ର ମଧ୍ୟରେ ଭଟଲୀରେ ସବୁଠୁ ଅଧିକ ୭୯.୨୩ ପ୍ରତିଶତ ଭୋଟିଂ ହୋଇଛି। ଦ୍ବିତୀୟରେ ରହିଛି ବୀରମହାରାଜପୁର। ଏହି ନିର୍ବାଚନମଣ୍ଡଳୀରେ ୭୮.୩୭ ପ୍ରତିଶତ ଭୋଟିଂ ହୋଇଛି। କାଁଭାଁ ଘଟଣାକୁ ଛାଡ଼ି ଗତକାଲି ଶାନ୍ତିଶୃଙ୍ଖଳାର ସହ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିଲା। ବେଶ ଉତ୍ସାହର ସହ ଭୋଟର ଧାଡ଼ିରେ ଆସି ମତଦାନ ସାବ୍ୟସ୍ତ କରିଥିଲେ। ଅନ୍ୟପଟେ ଦେଶରେ ଗତକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି। ୪୯ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ହାରାହାରି ୬୦.୪୮ ପ୍ରତିଶତ ଭୋଟିଂ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.