ବଡ଼ ବାବୁଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା, ଗୋଟିଏ ଦିନରେ ଭିଜିଲାନ୍ସ ହାତରେ ୩ ଜଣ କ୍ଲାସ ୧ ଅଫିସର

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍‌ସ ଜାଲରେ ଗୋଟିଏ ଦିନରେ ୩ ଜଣ କ୍ଲାସ ୧ ଅଫିସର। ଗତକାଲି ୩ଜଣ ବଡ଼ ଅଧିକାରୀଙ୍କ ଘରେ ଚଢାଉ କରି ୨୨ଲକ୍ଷ ୬୧ହଜାର ୪୩୦ ଟଙ୍କା ଜବତ କରିଛି। ଭିଜିଲାନ୍‌ସର ୭ଟି ଟିମ୍‌ ଏହି ରେଡ୍‌ କରିଥିଲା। ୨ଜଣ SP, ୯ଜଣ DSP ଓ ୭ଜଣ ଇନିସପେକ୍ଚର ସାମିଲ ହୋଇଥିଲେ। ରାଉରକେଲା ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ରଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଛି। ରାଉରକେଲାରୁ ଫେରିବା ବେଳେ ଭୁବନେଶ୍ୱରରୁ ୧ଲକ୍ଷ ୭୫ହଜାର ଟଙ୍କା ସହ ଧରା ପଡିଥିଲେ ।

ଆଜି କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ ଓ ବାଲେଶ୍ୱର ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କୁ କୋର୍ଟ ଚାଲାଣ କରାଯିବ। ବିଧାନ ସାହୁଙ୍କ ନିକଟରୁ ତାଙ୍କ ନିକଟରୁ ୧୦ ଲକ୍ଷ ୭ହଜାର ଟଙ୍କା ଜବତ ହୋଇଥିଲା।

Leave A Reply

Your email address will not be published.