ଜାନୁଆରୀ ୭ ତାରିଖରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଡାଉନ ଲୋଡ଼ କରି ହେବ ଆଡ଼ମିଟ କାର୍ଡ

କଟକ : ଜାନୁଆରୀ ୭ ତାରିଖରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା । ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ନାମଲେଖା ପାଇଁ ହେବ ଏହି ପରୀକ୍ଷା । ସକାଳ ୯ ଟାରୁ ୧୧ ପର୍ଯ୍ୟନ୍ତ ଷଷ୍ଠ ଶ୍ରେଣୀ ପରୀକ୍ଷା ।ସକାଳ ୯ ଟାରୁ ୧୨ ପର୍ଯ୍ୟନ୍ତ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ପରୀକ୍ଷା । ବୋର୍ଡର ୱେବସାଇଟ www.bseodisha.ac.inରୁ ଡାଉନ ଲୋଡ଼ କରି ହେବ ଆଡ଼ମିଟ କାର୍ଡ । ନିଜର ନାମ, ପିତାଙ୍କ ନାମ ଓ ଶ୍ରେଣୀ ତଥ୍ୟ ଦେଇ ଡିସେମ୍ବର ୩୦ ରୁ ଡାଉନ ଲୋଡ଼ କରି ହେବ ଆଡ଼ମିଟ କାର୍ଡ ।