ଗୃହରେ ଅଚଳାବସ୍ଥା ଜାରି, ବିଧାନସଭା ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା
ଭୁବନେଶ୍ୱର : ଗୃହରେ ଅଚଳାବସ୍ଥା ଜାରି । ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହୋହଲ୍ଲା । ବିଧାନସଭାର ପ୍ରବେଶ ଦ୍ଵାରରେ ରହିଛି ସମ୍ବିଧାନର ମୁଖବନ୍ଧ । ଏଥିରେ ସିକ୍ୟୁଲାର ଏବଂ ସୋସିଆଲିଷ୍ଟ ଶବ୍ଦ ନାହିଁ । ଗତକାଲି ସୁପ୍ରିମକୋର୍ଟରେ ଏହି ଶବ୍ଦ ରଖିବାକୁ ନିର୍ଦେଶ ଦେଇଥିଲେ।
ଏହା ସତ୍ତ୍ବେ ଏହି ସମ୍ବିଧାନର ମୁଖବନ୍ଧ ରେ ବଦଳାଇବାକୁ ଦାବି କରିଥିଲା ବିଜେଡ଼ି। ଏହି ପ୍ରସଙ୍ଗରେ ଆଜି ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ବାଚସ୍ପତି ବିଜେଡି ର କଥା ଶୁଣି ନଥିବାରୁ ବିଜେଡି ବିଧାୟକ ମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ।
ସେପଟେ ଆମ୍ବ ଟାକୁଆ ଯାଉ ଖାଇବା ପ୍ରସଙ୍ଗରେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କଲେ କଂଗ୍ରେସ ବିଧାୟକ ଦଳ ନେତା । ହାତରେ ପ୍ଲାକାର୍ଡ ଧରି ସରକାରଙ୍କୁ ଘେରିଥିଲେ। ଫଳରେ ପ୍ରଥମେ ଦିନ ଦିନ ୧୨ଟା ୨୫ ଓ ପରେ ୪ଟା ଯାଏ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି । ଡିସେମ୍ବର ୩୧ ତାରିଖ ଯାଏ ଚାଲିବ ଶୀତକାଳୀନ ଅଧିବେଶନ। ଚଳିତବର୍ଷ ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି ।