ରାଜ୍ୟ

ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ, ଆସନ୍ତାକାଲି ସାଢେ଼ ୧୦ଟା ଯାଏଁ ଗୃହ ମୁଲତବି

ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଆଜି ଗୁରୁବାର ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ ହୋଇଛି। ଏହି ବିଲ୍ ଆସିବା ଯୋଗୁ ଏଣିକି ଉପଚାଷୀ ଏବଂ ଉପରୟତମାନେ ଜମିର ମାଲିକାନା ପାଇପାରିବେ। ୧୯୭୭ ପର୍ଯ୍ୟନ୍ତ କେବଳ ଚାଷ ଜମି ମାଲିକାନା ପାଇଁ ପାରୁଥିଲେ।

କିନ୍ତୁ ଏଣିକି ଉଭୟ ଚାଷଜମି ଏବଂ ବାସଗୃହ ଜମିର ମାଲିକାନା ପାଇପାରିବେ। ଜମିର ମାଲିକାନା ପାଇବା ପାଇଁ ୨ ବର୍ଷ ଭିତରେ ରାଜସ୍ବ ଅଧିକାରୀଙ୍କ ନିକଟରେ ଆବେଦନ କରି ଏକର ପିଛା ୧୪,୨୦୦ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ।

ଓଡ଼ିଶା ଭୂ ସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ ଆଲୋଚନା ପରେ ମନ୍ତ୍ରୀ ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ କରିଥିଲେ। ଆସନ୍ତାକାଲି ସାଢେ଼ ୧୦ଟା ଯାଏଁ ଗୃହକୁ ମୁଲତବି କରାଯାଇଛି।

 

Niharanjan

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

38 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

47 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

59 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago