ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନ । ଆଜି ଅର୍ଥାତ ବୁଧବାର ଗୃହ ଆରମ୍ଭରୁ ହଟ୍ଟଗୋଳ ଏବଂ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ବଜେଟ ଅଧିବେଶନର ୬ଷ୍ଠ ଦିନରେ ବି ଗୃହ ଚାଲିପାରିନି । ଯାହାଫଳରେ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ସେପଟେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ପକ୍ଷରୁ ଧାରଣା ଦିଆଯାଇଛି ।

ଅନ୍ୟପଟେ ବିଜେପି ସରକାର ମିଶନ ଶକ୍ତିକୁ ନିଜ ଇଚ୍ଛା ଅନୁସାରେ ଗୈରିକ କରିବାକୁ ଚାହୁଁଥିବା ଅଭିଯୋଗ କରି ଏହାକୁ କଡା ବିରୋଧ କରିଛନ୍ତି ବିରୋଧୀ । ମିଶନ ଶକ୍ତି ମହିଳାଙ୍କୁ ସଶକ୍ତ କରିବାର ଏକ ପ୍ରୟାସ । ଏହାକୁ ନିଜ ଦଳୀୟ ରଙ୍ଗରେ ରଙ୍ଗେଇବା କେତେଦୂର ଯଥାର୍ଥ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଏଥିସହିତ ପ୍ଲାକାର୍ଡ ଧରି ବିଧାନସଭା ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ପ୍ରଦର୍ଶନ କରିଛନ୍ତି ବରୋଧୀ ।

Also raed: ଆଜି ଚାଲିପାରିଲା ନାହିଁ ବିଧାନସଭା, ଗୃହର ମଧ୍ୟଭାଗରେ ନାରାବାଜି ଓ ହୋହଲ୍ଲା