ପୂର୍ବ ଭାରତର ମାନୁଫ୍ୟାକ୍ଚରିଂ ହବ୍ ହେବାକୁ ଯାଉଛି ଓଡ଼ିଶା

ପୂର୍ବ ଭାରତରେ ମାନୁଫ୍ୟାକ୍ଚରିଂ ହବ୍ ହେବାକୁ ଯାଉଛି ଓଡ଼ିଶା । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ଶିଳ୍ପ ପ୍ରତିଷ୍ଠା ପାଇଁ ନୀତି ପ୍ରଣୟନ ସହ ଅନୁକୂଳ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି । ସାଉଥ୍ ଏସିଆରେ ଓଡ଼ିଶାକୁ ମାନୁଫ୍ୟାକଚରିଂ ହବରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ମୁମ୍ବାଇରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା ରୋଡ୍ ଶୋ’ରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଶିଳ୍ପ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି । ନିବେଶକଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିମାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ସ୍ୱାଗତ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଚଳିତବର୍ଷ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଥିମ୍ ରହିଛି ‘I AM ODISHA’ । ନବୀନ କହିଛନ୍ତି, ଗତ ୪ ବର୍ଷ ଭିତରେ ରାଜ୍ୟରେ ମାନୁଫ୍ୟାକ୍ଚରିଂ କ୍ଷେତ୍ରରେ ୧୧୮ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ୧ ଲକ୍ଷ ୨୮ ହଜାର ୫୭୨ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଭିନ୍ନ ଶିଳ୍ପସଂସ୍ଥାଠାରୁ ଭଲ ମତାମତ ବି ମିଳୁଛି । ସେଥିପାଇଁ ୨୦୧୮ ମେକ୍ ଇନ୍ ଓଡ଼ିଶା ଦ୍ୱିତୀୟ କନକ୍ଲେଭରେ ଯୋଗ ଦେବାକୁ ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.