୨୦୨୫ ମସିହା ସୁଦ୍ଧା ଓଡ଼ିଶା ହେବ ଅନ୍ଧମୁକ୍ତ ରାଜ୍ୟ

ଭୁବନେଶ୍ବର : ୨୦୨୫ ମସିହା ସୁଦ୍ଧା ଓଡ଼ିଶା ହେବ ଅନ୍ଧମୁକ୍ତ ରାଜ୍ୟ ବ୍ଲାଇଣ୍ଡ ଫ୍ରି ସୋସାଇଟି । ଏଥିପାଇଁ ରାଜ୍ୟ ସରକାର ୟୁନିଭର୍ସାଲ୍ ଚକ୍ଷୁ ଚିକିତ୍ସା ଯୋଜନା କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ଚକ୍ଷୁ ଚିକିତ୍ସା ଯୋଗାଇ ଦିଆଯିବ । ୫୦ଟି ଭିଜନ୍ ସେଣ୍ଟର ଓ ୧୦ଟି ଚକ୍ଷୁ ଚିକିତ୍ସା ମୋବାଇଲ୍ ଭ୍ୟାନ୍ ରାଜ୍ୟ ସାରା ବୁଲିବ । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଗାଁ ଗହଳି ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଚକ୍ଷୁ ଚିକିତ୍ସା ସୁବିଧା । ଏହି ହସ୍ପିଟାଲର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗ ଦେଇ ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ସରକାରଙ୍କ ନୂଆ ଯୋଜନାରେ କଟକ ମେଲଭିନ୍ ଜୋନ୍ସ ଲାୟନ୍, ଆଇ ହସ୍ପିଟାଲକୁ ସହଭାଗୀ ହେବାକୁ ଆହ୍ଵାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।