ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟନ ହୋଇଥିବା ବେଳେ କାଲି ମେକ୍ ଇନ୍ ଓଡ଼ିଶା ରୋଡ଼୍ ସୋ

ଚେନ୍ନାଇ : ଚେନ୍ନାଇରେ ଓଡ଼ିଶା ଭବନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ତାମିଲନାଡୁର ମନ୍ତ୍ରୀ ଡ. ଜୟକୁମାର ମଧ୍ୟ ଉପସ୍ଥିତ ରହିବେ । ରାଜ୍ୟ ବାହାରେ ଏହା ହେଉଛି ଷଷ୍ଠ ଓଡ଼ିଶା ଭବନ । ଏଠାରେ ମୋଟ୍‌ ୧୬ଟି ରୁମ୍‌ ରହିଛି । ୨୧ କୋଟି ୪୩ ଲକ୍ଷ ଟଙ୍କାରେ ଚେନ୍ନାଇରେ ନିର୍ମାଣ କରାଯାଇଛି ଓଡ଼ିଶା ଭବନ । ୬ ମହଲା ବିଶିଷ୍ଟ ଏହି ଓଡ଼ିଶା ଭବନର କାମ ୨୦୧୨ ମସିହାରୁ ଆରମ୍ଭ ହୋଇଥିଲା ।

ଆସନ୍ତାକାଲି ଚେନ୍ନାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ । ଏଥିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ମାନୁଫାକ୍‌ଚରିଂ ହବ୍‌ ଭାବେ ଉଭା ହେଉଛି ଓଡ଼ିଶା । ପୁଞ୍ଜିନିବେଶ ପାଇଁ ପାଲଟିଛି ଆକର୍ଷଣୀୟ ସ୍ଥାନ । ଆଗକୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ଥିବାରୁ ରାଜ୍ୟରେ ନିବେଶ ସୁଯୋଗର ପ୍ରଚାର କରିବ ଓଡ଼ିଶା । ଚେନ୍ନାଇରେ ମେକ ଇନ ଓଡ଼ିଶା ରୋଡ ସୋରେ ରାଜ୍ୟରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ ।

Odisha-Bhawan

କାର୍ଯ୍ୟକ୍ରମରେ ବହୁ ଶିଳ୍ପପତି ଓ ଷ୍ଟାର୍ଟ ଅପ୍‌ କଂପାନୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ପ୍ରଥମ ସଂସ୍କରଣରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଆୟୋଜନ ହେବ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଦ୍ୱିତୀୟ ସଂସ୍କରଣ । ତା’ ପୂର୍ବରୁ ଓଡ଼ିଶା ଦେଶର ବିଭିନ୍ନ ସହରରେ ନିଜ ସୁଯୋଗର ସୋ’ କରୁଛି । ପୂର୍ବରୁ ମୁମ୍ବାଇ, ବେଙ୍ଗାଳୁରୁ ଓ ଦିଲ୍ଲୀରେ ହୋଇଥିଲା ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ । ଦେଶ ବାହାରେ ବି ଏନେଇ ପ୍ରଚାର ପ୍ରସାର କରାଯାଉଛି । ଶିଳ୍ପପତିଙ୍କୁ ଓଡ଼ିଶାରେ ଅନୁକୂଳ ବାତାବରଣ ନେଇ ଅବଗତ କରାଉଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.