ରାଜ୍ୟ

ଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ବିଜେପି କୋର୍ ଗ୍ରୁପ୍ ନେତା

ଭୁବନେଶ୍ୱର(କେନ୍ୟୁଜ୍‌): ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ବିଜେପି କୋର୍ ଗ୍ରୁପ୍ ନେତା । ଅମିତ ଶାହଙ୍କ ବାସଭବନରେ ଭେଟି ଆଲେଚନା କରିଛନ୍ତି କୋର ଗ୍ରୁପ୍ ନେତା । ବିଜେପି ଆଜି ଦଳର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଆସନ ତାଲିକା ପ୍ରକାଶ କରିବାକୁ ଯାଉଥିବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ବିଜେପି- ବିଜେଡି ମେଣ୍ଟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ଜୁଏଲ ଓରାମ ସାକ୍ଷାତ ବେଳେ ଉପସ୍ଥିତ ରହିଥିଲେ । ଓଡ଼ିଶା ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ରହିଛନ୍ତି । ପୂର୍ବରୁ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ମେଣ୍ଟ ସଂପର୍କରେ କୌଣସି ଆଲୋଚନା ହୋଇନଥିବା କହିଥିଲେ ମନମୋହନ ସାମଲ ।

KNews Bureau

Recent Posts

ଗ୍ରାଜୁଏସନ କରିଥିଲେ ଆକାଉଣ୍ଟ ଅଫିସର ପାଇଁ କରନ୍ତୁ ଆବେଦନ, ମାସକୁ ମିଳିବ ୯୦ ହଜାରରୁ ଅଧିକ ଦରମା

ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର ପଦବୀ ପାଇଁ ଭର୍ତ୍ତି ହେଉଛି । ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ…

4 mins ago

ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଆଉ କିଛି ଘଣ୍ଟାର ଅପେକ୍ଷା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ। ମୁଖ୍ୟମନ୍ତ୍ରୀ ସସ୍ପେନ୍ସରୁ ପରଦା ହଟିବ। ଆଜି ମୁଖ୍ୟମନ୍ତ୍ରୀ…

12 mins ago

iphone ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ୍‌ ଆଣିଲା ଖାସ୍‌ ଫିଚର, ଜରୁରୀ ଚାଟ ହେବ ଆହୁରି ସୁରକ୍ଷିତ

ଆଇଫୋନ୍ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପରେ ଏକ ନୂଆ ଫିଚର ଆସିଛି । ୟୁଜରମାନଙ୍କ ଜରୁରୀ ଚାଟ୍‌ ଏବେ ଆହୁରି ସୁରକ୍ଷିତ…

26 mins ago

ମୂଲ୍ୟବାନ କାଠ ଗଣ୍ଡିକୁ ବେଆଇନ ଭାବରେ ବିକ୍ରି କରିବା ପାଇଁ ଚାଲିଛି କି ଷଡଯନ୍ତ୍ର?

ପାଟଣାଗଡ଼ (କେନ୍ୟୁଜ): ବର୍ତମାନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ବର୍ଷକୁ ବର୍ଷ ତାପମାତ୍ରା ବଢ଼ି ବଢ଼ି ଚାଲିଛି…

30 mins ago

ରାତିସାରା ପାଣିରେ ଭିଜାଇ ଖାଆନ୍ତୁ ଏହିସବୁ ଡ୍ରାଏ ଫ୍ରୁଟସ୍, ମିଳିବ ଅନେକ ସ୍ୱାସ୍ଥ୍ୟ ଲାଭ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ଖାଦ୍ୟରେ ଡ୍ରାଏ ଫ୍ରୁଟସ୍ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଅନ୍ତି । ଆପଣ ଏହା ମଧ୍ୟ ଜାଣିବା…

40 mins ago

ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: ସେନା ଏବଂ ସିଆରପିଏଫର ୧୧ଟି ଟିମ୍‌ କରୁଛି ସର୍ଚ୍ଚ ଅପରେସନ, କମାଣ୍ଡୋ ଏବଂ ଡ୍ରୋନ ନିୟୋଜିତ

ଜମ୍ମୁ-କଶ୍ମୀରରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣକାରୀଙ୍କୁ ଖୋଜୁଛି ଭାରତୀୟ ସେନା । ସେନା ଏବଂ ସିଆରପିଏଫର ୧୧ଟି ଟିମ୍…

1 hour ago