ମୋଟ୍‌ ୧୭ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟରେ ବାଜିଲା ମୋହର

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶା IT ପଲିସି ୨୦୨୨କୁ କ୍ୟାବିନେଟ୍‌ ମୋହର । ମୋଟ୍‌ ୧୭ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟରେ ମୋହର ଲାଗିଛି । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବରୁଣେଇରେ ପାଇକ ସ୍ମାରକୀ ପାଇଁ ଜମି ପ୍ରଦାନ କରିବେ ରାଜ୍ୟ ସରକାର । ୯ ଏକର ୬୮୫ ଡିସିମିଲ ଜମି ଦେବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି ।

ଏଥିପାଇଁ ୩୧ କୋଟି ୯୭ ଲକ୍ଷର ରାଜସ୍ୱ ଛାଡ଼ ଘୋଷଣା ହୋଇଥିବା ବିଧାନସଭାରେ କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏଥିସହ ୪ ଜିଲ୍ଲାରେ ଦାଦନ ରୋକିବାକୁ ନୂତନ ରାଜ୍ୟ କ୍ଷେତ୍ର ଯୋଜନାକୁ ଅନୁମୋଦନ ମିଳିଛି ।

ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଦୁଇଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି । ରାୟଗଡ଼ା ଜିଲ୍ଲାର ୧୫ଟି ପଞ୍ଚାୟତ ଓ କୋରାପୁଟ ଜିଲ୍ଲାର ୩୧ଟି ପଞ୍ଚାୟତକୁ ମିଳିବ ପାଣି ।

Leave A Reply

Your email address will not be published.