ଲୋକସେବା ଭବନରେ ଆଜି ମନ୍ତ୍ରିପରିଷଦ ବୈଠକ, ନୂଆ ମନ୍ତ୍ରୀମାନଙ୍କୁ ରାଜ୍ୟର ବିକାଶ ପାଇଁ ଦିଆଯିବ ଗୁରୁମନ୍ତ୍ର

ଭୁବନେଶ୍ବର(କେନ୍ୟୁଜ): ଆଜି ମନ୍ତ୍ରିପରିଷଦ ବୈଠକ । ସଂଧ୍ୟା ୬ଟାରେ ଲୋକସେବା ଭବନରେ ମନ୍ତ୍ରିପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ପଞ୍ଚମପାଳିର ଦ୍ୱିତୀୟ ଦଫାରେ ଶପଥ ନେଇଥିବା ନୂଆ ମନ୍ତ୍ରୀମାନଙ୍କୁ ରାଜ୍ୟର ବିକାଶ ପାଇଁ ଗୁରୁମନ୍ତ୍ର ଦିଆଯିବ । ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ଏହା ପ୍ରଥମ ବୈଠକ ।

ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ୨୧ ମନ୍ତ୍ରୀ । ଆଗାମୀ ୨ ବର୍ଷରେ ସରକାରଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା ହେବ । ମନ୍ତ୍ରୀମାନଙ୍କ ପାଇଁ ନିଜ ନିଜ ବିଭାଗର ଆଗାମୀ ୨ବର୍ଷର କାର୍ଯ୍ୟ ଉପରେ ହୋଇପାରେ ଆଲୋଚନା । ପୂର୍ଣ୍ଣାଙ୍ଗ ବଜେଟ ଜୁଲାଇ ୨ରେ ଉପସ୍ଥାପନ ହେବ । ପୂର୍ଣ୍ଣାଙ୍ଗ ବଜେଟ ଉପରେ ଆଲୋଚନା ହୋଇପାରେ । ୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.