୫ବର୍ଷ ପାଇଁ ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା ଯୋଜନାକୁ ଓଡ଼ିଶା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ ୨୦୨୩-୨୪ ରୁ ୨୦୨୭-୨୮ ପର୍ଯ୍ୟନ୍ତ ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା (ଇଏମଏଏସ) ଯୋଜନା କାର୍ଯ୍ୟକାରୀ କରିବାକୁ ଅନୁମୋଦନ ମିଳିଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସରେ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଓଡ଼ିଶାବାସୀଙ୍କୁ ବ୍ୟାପକ ପ୍ରାକ୍-ହସ୍ପିଟାଲ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ।
ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା (ଇଏମଏଏସ) , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମ ଜାତୀୟ ଆମ୍ବୁଲାନ୍ସ ସେବା ୫ ମାର୍ଚ୍ଚ, ୨୦୧୩ ଠାରୁ ଓଡ଼ିଶା ରାଜ୍ୟରେ ଆରମ୍ଭ ହୋଇଛି । ୧୦୮ ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା ଓଡ଼ିଶାବାସୀଙ୍କ ପାଇଁ ଏକ ଜୀବନରେଖା ହୋଇଛି ।
ଏହି ଯୋଜନା ଅଧୀନରେ ଓଡ଼ିଶାବାସୀଙ୍କ ପାଇଁ ମାଗଣାରେ ଆମ୍ବୁଲାନ୍ସର ଏକ ଫ୍ଲିଟ୍ (ଇଏମଏଏସ) ପ୍ରଚଳନ କରି ବ୍ୟାପକ ପ୍ରାକ୍-ହସ୍ପିଟାଲ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। (ଇଏମଏଏସ) -୧୦୮ ସେବାକୁ ଏକ ଏକକ ୨୪/୭ କେନ୍ଦ୍ରୀୟ ସମନ୍ୱିତ ୧୫୦ ଆସନ ବିଶିଷ୍ଟ କଲ୍ ସେଣ୍ଟର ମାଧ୍ୟମରେ ପରିଚାଳିତ ଏବଂ ତଦାରଖ କରାଯାଉଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି । ଏଥିରେ ୮୬୬ ଟି ଆମ୍ବୁଲାନ୍ସ ଅଛି, ଯେଉଁଥିରେ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ (ଏଏଲଏସ), ବେସିକ୍ ଲାଇଫ୍ ସପୋର୍ଟ (ବିଏଲଏସ), ଏବଂ ଡଙ୍ଗା ଆମ୍ବୁଲାନ୍ସ ଅନ୍ତର୍ଭୁକ୍ତ ।
ତେବେ ଏହି ଯୋଜନା (ଦ୍ବିତୀୟ ପର୍ଯ୍ୟାୟ)୨୦୨୩-୨୪ ରୁ ୨୦୨୭-୨୮ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ କରାଯାଉଛି । ଯାହା ଦ୍ୱାରା ବାର୍ଷିକ ପ୍ରାୟ ୧୧-୧୨ ଲକ୍ଷ ଜରୁରୀକାଳୀନ ରୋଗୀ / ମାମଲା (ଗର୍ଭବତୀ ମହିଳା ଏବଂ ଶିଶୁ ସମେତ) ରାଜ୍ୟର ୨୦ ମିନିଟ୍ ସମୟ ମଧ୍ୟରେ ଆମ୍ବୁଲାନ୍ସ (ଇଏମଏଏସ) -୧୦୮ ଦ୍ୱାରା ନିର୍ଦ୍ଦିଷ୍ଟ ସାର୍ବଜନୀନ ସ୍ୱାସ୍ଥ୍ୟ ସୁବିଧାକୁ ସ୍ଥାନାନ୍ତରିତ କରାଯିବ ।
Also read : ଆୟୁଷ୍ମାନ ଭାରତ ଯୋଜନା ସହ ୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ