ବିଶ୍ବବିଜୟୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଦଳ ଦ୍ଵିତୀୟଥର ଟି-୨୦ ଚାମ୍ପିୟନ ହେବା ପରେ ଦଳ ପାଇଁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବିଶ୍ବବିଜୟୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, ଆଜି ଭାରତୀୟ ପୁରୁଷ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ଵିତୀୟ ଥର ପାଇଁ ଟି୨୦ ବିଶ୍ୱକପ ବିଜୟୀ ହୋଇଛି । ବିଶ୍ୱକପ ବିଜେତା ସମସ୍ତ ଖେଳାଳି ଏବଂ ସହଯୋଗୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ । ଆଜିର ଏହି ବିଜୟ ପୁଣି ୧୪୦ କୋଟି ଭାରତୀୟଙ୍କ ମନରେ ଖୁସି ଭରିଦେଇଛି । ଆଗକୁ ଭାରତୀୟ କ୍ରିକେଟ ଏହିପରି ଅନେକ ସଫଳତା ହାସଲ କରି ଦେଶକୁ ଗୌରାବାନ୍ୱିତ କରୁ ଏତିକି କାମନା । ବନ୍ଦେ ମାତରମ ।

ତେବେ ଶନିବାର ବାର୍ବାଡୋସର ବ୍ରିଜଟାଉନଠାରେ ଖେଳାଯାଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି ଭାରତ । ଭାରତ ୨୧ ବର୍ଷ ପରେ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହାତେଇଛି । ପ୍ରଥମ ଟି-୨୦ ବିଶ୍ବକପ ଭାରତ ୨୦୦୭ରେ ଚାମ୍ପିଅନ ହୋଇଥିଲା । ଲଗାତାର ୨୦୧୪ଠାରୁ ଆରମ୍ଭ କରି ୨୦୧୪ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପର ଅତି ନିକଟରୁ ପରାସ୍ତ ହେଉଥିବା ବେଳେ ୨୦୨୪ ବିଶ୍ୱକପରେ କିନ୍ତୁ ବାଜି ମାରି ନୂଆ ଇତିହାସ ଲେଖିଛି ରୋହିତ ବାହିନୀ ।