ବଢିଲା ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ, ୪ ଅଗଷ୍ଟ ୨୦୧୯ ପରିବର୍ତ୍ତେ ୪ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି

ବଢିଲା ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ। ତଦନ୍ତ କମିଶନ ଜଷ୍ଟିସ ଏମ୍‌. ଏମ୍‌. ଦାଶଙ୍କ କାର୍ଯ୍ୟକାଳ ଅବଧି ୬ ମାସ ବଢାଇଛନ୍ତି ରାଜ୍ୟ ସରକାର । ୪ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ଥିଲା କାର୍ଯ୍ୟକାଳ ଥିବା ବେଳେ ଏହାକୁ ୪ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନମୋହନ ଦାସ କମିଶନ ନିକଟରେ ରାଜ୍ୟ ସରକାରଙ୍କୁ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ । ରାଜ୍ୟରେ ଚିଟଫଣ୍ଡ ଘୋଟାଲା ପରେ ରାଜ୍ୟ ସରକାର ୨୦୧୩ ଜୁଲାଇ ୯ ତାରିଖରେ ଚିଟଫଣ୍ଡ କମିଶନ ଗଠନ କରି ଜଷ୍ଟିସ ରାଧାକୃଷ୍ଣ ପାତ୍ରଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ । ଜଷ୍ଟିସ୍‌ ପାତ୍ରଙ୍କର ପରଲୋକ ପରେ ୨୦୧୫ ଫେବ୍ରୁଆରୀ ୫ ତାରିଖରେ ଜଷ୍ଟିସ ଏମଏମ ଦାସଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ପୂର୍ବରୁ ୪ଟି ଟର୍ମ ଅଫ ରେଫରେନସ୍‌ରେ ତଦନ୍ତ ଚାଲିଥିବାବେଳେ ସେହି ବର୍ଷ ଫେବ୍ରୁଆରୀ ୨୦ ତାରିଖରେ ଆଉ ଏକ ଟର୍ମ ଅଫ ରେଫରେନସ୍‌ ବୃଦ୍ଧି କରି ଜମାକାରୀଙ୍କୁ ଚିହ୍ନଟ ପାଇଁ କମିଶନଙ୍କୁ ଦାୟିତ୍ୱ ଦିଆଯାଇଛି।

ଆହୁରି ପଢନ୍ତୁ: ପାରଳାଖେମୁଣ୍ଡିର ଅର୍ଦ୍ଧନାରୀଶ୍ୱର ମନ୍ଦିର, ଯେଉଁଠାରେ ଭକ୍ତଙ୍କ ସହ ବୁଲିଥାନ୍ତି ବିରଳ କଇଁଚ

ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନମୋହନ ଦାସ କମିଶନଙ୍କ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି । ୪୨୧ଟି ଚିଟଫଣ୍ଡ କମ୍ପାନୀ ସମ୍ପର୍କରେ ୧୬ ହଜାର ୯୫୭ ପୃଷ୍ଠାର ଏହି ରିପୋର୍ଟକୁ କମିଶନଙ୍କ ସଚିବ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି କମିଶନ । ସେମାନଙ୍କ ମଧ୍ୟରୁ ୨୧୭ ଜଣ ଜମାକାରୀ କମିଶନଙ୍କ ନିକଟରେ ଚିଟଫଣ୍ଡ କମ୍ପାନୀ ଠାରୁ ସେମାନଙ୍କ ଜମା ଟଙ୍କା ଫେରି ପାଇଛନ୍ତି। ଏଯାଏ କମିଶନ୍‌ ୭ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିବା ବେଳେ ସେଥିରେ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ମୋଟ ୧୯୩୧ ଜଣ କମିଶନଙ୍କ ନିକଟରେ ସେମାନଙ୍କ ଜମା ଟଙ୍କା ଫେରି ପାଇଛନ୍ତି। ୨୦୧୯ ଜାନୁୟାରୀ ୩୧ ତାରିଖ ସୁଦ୍ଧା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ୭ ଲକ୍ଷ ୫୦ ହଜାର ସତ୍ୟପାଠ ଏବେ ଡିଜିଟାଲାଇଜେସନ କାର୍ଯ୍ୟ ଜାରି ରହିଛି । ଖୁବଶୀଘ୍ର ଏସବୁ ସତ୍ୟପାଠର ଶୁଣାଣି କରାଯିବ ବୋଲି କହିଛନ୍ତି ଜଷ୍ଟିସ ଏମ୍‌.ଏମ୍‌. ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.