ଅକ୍ଟୋବର ୧୬ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା, ଓପିଏସପି ୱେବସାଇଟରେ ଖୁବଶୀଘ୍ର ଉପଲବ୍ଧ ହେବ ଆଡମିଟ କାର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଅକ୍ଟୋବର ୧୬ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା। ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ୨୦୨୧ ପାଇଁ ତାରିଖ ଘୋଷଣା କଲା ଓଡ଼ିଶା ପବ୍ଲିକ ସର୍ଭିସ କମିସନ। ଅକ୍ଟୋବର ୧୬ରେ ଦୁଇଟି ସିଟିଂରେ ହେବ ପରୀକ୍ଷା। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ହେବ ପରୀକ୍ଷା।

ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଦିନ ସାଢେ ଗୋଟାଏରୁ ସାଢେ ୩ଟା ଯାଏ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ। ଓପିଏସପି ୱେବସାଇଟରେ ଖୁବଶୀଘ୍ର ଆଡମିଟ କାର୍ଡ ଉପଲବ୍‌ଧ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.