ଓଡ଼ିଶା ସିଭିଲ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା-୨୦୨୪ ଫଳାଫଳ ଘୋଷଣା, OCS ମେନ୍ ପାଇଁ ୨୪୦୫ ପ୍ରାର୍ଥୀ ଯୋଗ୍ୟ ବିବେଚିତ

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ (OPSC) ଗୁରୁବାର ଦିନ ଏହାର ଅଫିସିଆଲ୍ ୱେବସାଇଟ୍ (http://opsc.gov.in) ରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପ୍ରାଥମିକ) ପରୀକ୍ଷା-୨୦୨୪ ଫଳାଫଳ ଘୋଷଣା କରିଛି।

ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପ୍ରାଥମିକ) ପରୀକ୍ଷା-୨୦୨୪ ଅକ୍ଟୋବର ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା ଏବଂ କମିଶନ ୨୪ ଦିନ ମଧ୍ୟରେ ଫଳାଫଳ ଘୋଷଣା କରିଥିଲେ । OPSC ଅନୁଯାୟୀ, ୭୮୧ ମହିଳା ସମେତ ମୋଟ ୨୪୦୫ ପ୍ରାର୍ଥୀଙ୍କୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ (ଲିଖିତ) ପରୀକ୍ଷା-୨୦୨୪ ପାଇଁ  ମନୋନୀତ  କରାଯାଇଛି।

କମିଶନ ଜାନୁଆରୀ ଶେଷ ସପ୍ତାହ / ଫେବୃଆରୀ ପ୍ରଥମ ସପ୍ତାହ, ୨୦୨୬ ରେ OCS ମୁଖ୍ୟ (ଲିଖିତ) ପରୀକ୍ଷା-୨୦୨୪ ଆପାତତଃ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। OCS (ମୁଖ୍ୟ) ଲିଖିତ ପରୀକ୍ଷା-୨୦୨୪ ର ବିସ୍ତୃତ କାର୍ଯ୍ୟକ୍ରମ ଖୁବ ଶୀଘ୍ର ସୂଚିତ କରାଯିବ ।  ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ କମିଶନର ୱେବସାଇଟ୍ (www.opsc.gov.in) ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

Click here for Odisha Civil Services (Preliminary) Exam-2024 results