ହକି ଟିମକୁ ରାଜ୍ଯ ସରକାରଙ୍କ ସ୍ବତନ୍ତ୍ର ପୁରସ୍କାର ଘୋଷଣା, ଅମିତଙ୍କୁ ୪ କୋଟି ସହ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା

ଭୁବନେଶ୍ୱର : ଅଲମ୍ପିକରେ ବ୍ରୋଞ୍ଜ ବିଜେତା ଭାରତୀୟ ପୁରୁଷ ଦଳଙ୍କୁ ରାଜ୍ଯ ସରକାରଙ୍କ ସ୍ବତନ୍ତ୍ର ପୁରସ୍କାର ଘୋଷଣା । ବିଜେତା ହକି ଟିମ୍ ର ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ପୁରସ୍କାର । ଅମିତଙ୍କୁ ୪ କୋଟି ଟଙ୍କା ପୁରସ୍କାର ମିଳିବ । ଏହା ସହ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ମିଳିବ । ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମକୁ ଶୁଭେଛା ଜଣାଇବ କଥା ହେଲେ ମୁଖ୍ୟମନ୍ତ୍ରୀ । ଏହା ସହ ଓଡିଶା ଆସିବାକୁ ମଧ୍ୟ ଖେଳାଳିଙ୍କୁ ଆମନ୍ତ୍ରଣ କରିଛନ୍ତି ।