ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, ସ୍ୱାଧୀନତା ସଂଗ୍ରାମୀ ପରିବାରଙ୍କୁ ମିଳିବ କୁଟୁମ୍ବ ପେନସନ ଯୋଜନା

ଭୁବନେଶ୍ୱର : କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ସ୍ୱାଧୀନତା ସଂଗ୍ରାମୀ ପରିବାରଙ୍କୁ ମିଳିବ କୁଟୁମ୍ବ ପେନସନ ଯୋଜନାରେ ଭତ୍ତା । ଏ ନେଇ ରୂପରେଖ ଖୁବଶୀଘ୍ର ଜଣାପଡିବ। ଖୁବଶୀଘ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚି଼ହ୍ନଟ କରିବ ସରକାର। ସେମାନେ ସଂଗ୍ରାମୀ ପରିବାରର ବୋଲି ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପରିଚୟପତ୍ର ବି ପ୍ରଦାନ କରାଯିବ ।

ଆଉ ଯଦି କେହି ସ୍ବାଧୀନତା ସଂଗ୍ରାମୀ ପରିବାରର ସଦସ୍ୟ ରହିଯାଇଥିବେ ସେମାନଙ୍କୁ ଖୋଜି କୁଟୁମ୍ବ ଯୋଜନାରେ ସାମିଲ କରାଯିବ । ଆଜି କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବାର୍ତ୍ତା ଦେଇଛନ୍ତି । ଭୁବନେଶ୍ବର ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ଅନୁଷ୍ଠିତ ହୋଇଥିବା କ୍ରାନ୍ତି ଦିବସ ସମାରୋହ ଦିବସରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମେ ଶହୀଦ ସ୍ତମ୍ବରେ ପୁଷ୍ପ ପ୍ରଦାନ କରି ଶହୀଦ ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସ୍ବାଧୀନତା ସଂଗ୍ରାମୀ ପରିବାରର ୪୦ ଜଣ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂହଙ୍କ ସଂଗ୍ରାମର କାହାଣୀ ବର୍ଣ୍ଣନା କରିଥିଲେ। ୨୦୩୬ ରେ ସ୍ୱତନ୍ତ୍ର ଓଡିଶାର ଶତ ବାର୍ଷିକୀ ପାଳିତ ହେବ । ୨୦୪୭ରେ ସ୍ୱାଧୀନତାର ଶତ ବାର୍ଷିକୀ ମଧ୍ୟ ପାଳିତ ହେବ । ତେଣୁ ‘ବିକଶିତ ଭାରତ’ ଏବଂ ‘ବିକଶିତ ଓଡିଶା’ ଗଠନ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମକୁ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ବିରୁପାକ୍ଷ ତ୍ରିପାଠୀ ଓ ଉପେନ୍ଦ୍ର ପାଢୀ ସଞ୍ଚାଳନ କରିଥିଲେ।

You might also like