ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, ଯାହା ପ୍ରତିଶ୍ରୁତି ଦେଇଛି ତାହା ପାଳନ କରିବି

ଭୁବନେଶ୍ୱର : ସ୍ବାଧୀନତା ଦିବସ ପାଇଁ ସଜେଇ ହୋଇଛି ଭୁବନେଶ୍ବର ମହାତ୍ମା ଗାନ୍ଧି ମାର୍ଗ । ମହାତ୍ମାଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଓଡିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି। ଦେଶର ଅର୍ଥନୀତି ଦ୍ରୁତ ଗତିରେ ବଢ଼ିଛି। ଖୁବ୍ ଶୀଘ୍ର ଦେଶର ଅର୍ଥନୀତି ୫ ଟ୍ରିଲିଅନରେ ପହଞ୍ଚିବ।
୨୦୪୭ ସୁଦ୍ଧା ଭାରତ ବିଶ୍ୱଗୁରୁ ହେବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି,ଓଡ଼ିଶାବାସୀ ସ୍ୱାଭିମାନୀ । ସେମାନେ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲେ। ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ। ମୁଁ ରାଜ୍ୟବାସୀଙ୍କୁ ବଡ଼ ସ୍ୱପ୍ନ ଦେଖାଇବିନି ହେଲେ ଯାହା ପ୍ରତିଶ୍ରୁତି ଦେଇଛି ତାହା ପାଳନ କରିବି । ଆଗାମୀ ୫ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ବିକଶିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପ୍ଟେମ୍ବରରୁ ଆରମ୍ଭ ହେବ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା । ଚଳିତ ବର୍ଷ ୫୯ ଜଣ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡ଼ରେ ଯୋଗ ଦେଇଛନ୍ତି । ପୁଲିସ ସହ ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସ୍ଏଫ୍, ଟ୍ରାଫିକ୍, ବିଏସ୍ଏଫ୍, ଅଗ୍ନିଶମ ବହିନୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପରେଡ଼ରେ ଯୋଗ ଦେଇଥିଲେ ।