ମୋହନ ଚରଣ ମାଝୀଙ୍କ ସରକାର ପ୍ରଥମ ଅତିରିକ୍ତ ବଜେଟ୍ ୧୨ ହଜାର ୧୫୬ କୋଟି ଟଙ୍କା , ସୁଭଦ୍ରା’ ପାଇଁ ୧୧୯୬ କୋଟି ଟଙ୍କା

ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପିତ ହେଲା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ । ମୋହନ ଚରଣ ମାଝୀଙ୍କ ସରକାରର ଏହା ହେଉଛି ପ୍ରଥମ ଅତିରିକ୍ତ ବଜେଟ୍ । ରାଜ୍ୟ ସରକାର ଗୃହରେ ଆଜି ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ରେ ରତ୍ନଭଣ୍ଡାର ପାଇଁ ୫ କୋଟି, ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, ସିଏପିଏଫ୍‌ ମୁତୟନ ପାଇଁ ୨୯୯ କୋଟି, ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିସ୍ତୃତ ସୁବିଧା ପାଇଁ ୨୬ କୋଟି, ଅଗ୍ନିସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ଏଥିସହ ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ୍‌ ପାଇଁ ୬୬ କୋଟି, ମଧୁବାବୁ ପେନ୍‌ସନ ଯୋଜନା ପାଇଁ ୩୩୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ଟଙ୍କାର ବ୍ୟବସ୍ଥା ଓ ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ବିଭିନ୍ନ ବିଭାଗ ପାଇଁ ବ୍ୟୟ ଅଟକଳ :-

ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ: 92 କୋଟି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସୁବିଧା :  26 କୋଟି
ନିର୍ବାଚନ ମଣ୍ଡଳୀ ୱାରୀ ଆବଣ୍ଟନ: 142 କୋଟି
ପ୍ରବାସୀ ଭାରତୀୟ ଦିବସ ଆୟୋଜନ: 125 କୋଟି
ଶ୍ରୀମନ୍ଦିର ରତ୍ନ ଭଣ୍ଡାର : 5 କୋଟି
ପୋଲିସ ପାଇଁ ମୋଟର ସାଇକେଲ କ୍ରୟ: 35 କୋଟି
ଆଇଟିଆଇ ରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା: 130 କୋଟି
CAPF ମୁତୟନ: 299 କୋଟି
ଅଗ୍ନି ସେବା ଆଧୁନିକୀକରଣ ର ସଂପ୍ରସାରଣ:  60 କୋଟି
ପୋଲିସ ପ୍ରହରୀ ପାଇଁ 649 ଟି ଯାନ ଭଡ଼ା:  16 କୋଟି
ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 1530 କୋଟି
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ 406 କୋଟି
ଜଙ୍ଗଲ ଓ ପରିବେଷ ପାଇଁ 265 କୋଟି
ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ପାଇଁ 634 କୋଟି
କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ 467 କୋଟି
ସହରୀ ବିକାଶ ପାଇଁ 1000 କୋଟି
ବିଦ୍ୟାଳୟ ଓ ଗଣଶିକ୍ଷା ପାଇଁ 1114 କୋଟି
ମହିଳା ଓ ଶିଶୁ ବିକାଶ ପାଇଁ 1230 କୋଟି
ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ 252 କୋଟି
ଭିତ୍ତିଭୂମି ବିକାଶ ପାଇଁ : 3087 କୋଟି
ଉଚ୍ଚ ଶିକ୍ଷା ପାଇଁ 305 କୋଟି
ଦକ୍ଷତା ବକାଶ ପାଇଁ 263 କୋଟି
ଓଡିଆ ଭାଷା ଓ ସଂସ୍କୃତି ପାଇଁ 203 କୋଟି
ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ପାଇଁ 1418 କୋଟି

 

You might also like