କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ, ବଦଳିବ ବାହାର ରାଜ୍ୟରୁ ଆସୁଥିବା ଗାଡିର ରୁଟ୍

ଭୁବନେଶ୍ୱର(କେନ୍ୟୁଜ୍): ଦାରିଙ୍ଗବାଡି କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖବର ବିଷୟରେ ଜାଣି ମୁଁ ଦୁଃଖିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍ଗତି ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏପଟେ କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା ପରେ ବାହାର ରାଜ୍ୟରୁ ଆସୁଥିବା ଗାଡିର ବଦଳିବ ରୁଟ୍। କଳିଙ୍ଗା ଘାଟି ବାଟେ ନ ଛାଡି କରାଯିବ ଅନ୍ୟ ରାସ୍ତା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ନୂଆ କରି କଳିଙ୍ଗା ଘାଟିରେ ଅନ୍ୟ ରାଜ୍ୟର ଡ୍ରାଇଭର ଗାଡି ନେଇ ଯିବାରୁ ମେିତି ଘଟଣା ଘଟୁଛି। ଦୁର୍ଘଟଣା କିପରି କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଧେଶ ଦେଇଛନ୍ତି । ରିପୋର୍ଟ ଦେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।