ଖଡଗ ନଦୀରେ ନଦୀଗର୍ଭ ଜଳାଶୟ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ

୧୨୬ କୋଟି ଟଙ୍କାରେ ଖଡ଼ଗ ନଦୀରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଖଡଗ ନଦୀରେ ନଦୀଗର୍ଭ ଜଳାଶୟ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ। ପ୍ରକଳ୍ପ ଦ୍ୱାରା ଉପକୃତ ହେବେ ୩ଟି ଜିଲ୍ଲାର ୨୦ହଜାରରୁ ଅଧିକ ଲୋକ।

ଭୁବନେଶ୍ୱର(କେନ୍ୟୁଜ୍‌): ଖଡଗ ନଦୀରେ ନଦୀଗର୍ଭ ଜଳାଶୟ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ। ପ୍ରକଳ୍ପ ଦ୍ୱାରା ଉପକୃତ ହେବେ ୩ଟି ଜିଲ୍ଲାର ୨୦ହଜାରରୁ ଅଧିକ ଲୋକ। ୧୨୬ କୋଟି ଟଙ୍କାରେ ଖଡ଼ଗ ନଦୀରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଖୁସିବ୍ୟକ୍ତ କରିଛନ୍ତି ସ୍ଥାନୀୟ ଚାଷୀ। ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ସ୍ୱୀକୃତି ପ୍ରଦାନ କରିଥିଲା।

ଏହି ପ୍ରକଳ୍ପ ଦ୍ଵାରା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ। ବାଲିଗୁଡା ବ୍ଳକର ଲଡଗାଁ ଗ୍ରାମ ନିକଟରେ ପ୍ରକଳ୍ପ ନିର୍ମାଣ ହେବ। କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ।

ଚଳିତ ମାସ ୫ ତାରିଖରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଜନସାଧାରଣ ଖଡଙ୍ଗ ନଦୀରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଦାବୀ ପତ୍ର ଦେଇଥିଲେ।