ପ୍ରତିଶୃତି ରକ୍ଷା କଲେ ନବୀନ, କରୋନାରେ ପ୍ରାଣ ହରାଇଥିବା ଆଉ ୭ ସାମ୍ବାଦିକଙ୍କ ପରିବାରକୁ ଦେଲେ ୧ କୋଟି ୫ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ସାତ ଜଣ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ  ଆଜି ୧୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଓଡିଶାର କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିବା ୧ କୋଟି ୫ ଲକ୍ଷ ଅନୁଦାନ ରାଶି ଜିଲ୍ଲା ସଦର ମହାକୁମା ଛତ୍ରପୁରଠାରେ ଆଜି ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଗତ କୋରନା ସମୟରେ ନିଜର ଦାୟିତ୍ୱ ତୁଲାଇଲା ବେଳେ ନିଜେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ  ଏହି ଗଣମାଧ୍ୟମ ପ୍ରତିନିଧିମାନେ। ରାଜ୍ୟ ସକରାରଙ୍କ ଘୋଷଣା ମୁତାବକ ଏହି ସହାୟତା ରାଶି ପ୍ରଦାନ କରାଯାଇଥିବାରୁ ରାଜ୍ୟ ସରକାଙ୍କୁ ଧନ୍ୟବାଦ ଜଣାଇଛନ୍ତି କରୋନାରେ ମୃତ୍ୟୁବରଣ କରିଥିବା ସାମ୍ୱାଦିକଙ୍କ ପରିବାର ଲୋକେ  ।

ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ସମୟରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ କରୋନାରେ ସଂକ୍ରମିତ.ହୋଇ ପ୍ରାଣ ହାରାଇଥିଲେ। ନିଜ ଦାୟିତ୍ୱ ତୁଲାଉଥିବା ବେଳେ ମୃତ୍ୟୁବରଣ କରିଥିଲେ ଅନେକ ସାମ୍ୱାଦିକ । ତେବେ ପ୍ରଥମ ପର୍ଯ୍ୟାଳୟରେ ଜିଲ୍ଲାରେ କରୋନାରେ ମୃତ୍ୟୁବରଣ କରିଥିବା ସାତ ଜଣ  ସାମ୍ୱାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣଙ୍କ ପିଚ୍ଛା 15 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମିତ ହୋଇ ପ୍ରାଣହାନୀ ହୋଇଥିବା  ଗଣମାଧ୍ୟମ ପ୍ରତିନିଧିମାନେ ହେଲେ  ଓଡିଶା ଏକ୍ସପ୍ରେସ୍ ର କୁକୁଡାଖଣ୍ଡି ବ୍ଲକ ସାମ୍ବାଦିକ ଗୋବିନ୍ଦ ବେହେରା, ବ୍ରହ୍ମପୁର ଓଡିଶା ଫାଇଲ୍ସର ସଂପାଦକ ନରେଶ କୁମାର ବେହେରା, ବାଲିପଦର ବ୍ଲକର କଳିଙ୍ଗ ଜ୍ୟୋତିର ସାମ୍ବାଦିକ ରତ୍ନାକର ମହାରଣାଙ୍କ, ବ୍ରହ୍ମପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ପ୍ରଦୀପ କିଶୋର ସାହୁଙ୍କ, ପୋଲସରା ସମାଜର ସମ୍ବାଦଦାତା କିଶୋର ଚନ୍ଦ୍ର ଦାସ, ଶେରଗଡ ଅନୁପମ ଭାରତ ର ସାମ୍ବାଦିକ କରୁଣାକର ସାହୁଙ୍କ ଓ  ହିଞ୍ଜିଳିକାଟୁ ବ୍ଲକର ସାମ୍ବାଦିକ ନିଳୟ ରଞ୍ଜନ ପଟ୍ଟନାୟକଙ୍କ ।

journalists

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ  କୌଣସି ସାମ୍ୱାଦିକ କୋଭିଡ୍ ଆକ୍ରନ୍ତରେ ମୃତ୍ୟୁବରଣ କଲେ ତାଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ନେଇ  ଘୋଷଣା କରିଥିଲେ ।  ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ କୋଭିଡ୍ ଯୋଦ୍ଧା ପରିବାରବର୍ଗଙ୍କୁ ଆଜି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।  ପ୍ରଥମ ପର୍ଯ୍ୟାୟରେ ସାତ ଜଣଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଯେଉଁ ସାମ୍ୱାଦିକ ମାନଙ୍କ କୌଣସି କାରଣରୁ ସ୍ଥଗିତ ରହିଛି ସେମାନଙ୍କୁ ମଧ୍ୟ ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା କହିଛନ୍ତି  ।

ଗତ କରୋନା ସମୟରେ ଜିଲ୍ଲାର ମୃତ୍ୟୁ ବରଣ କରିଥିବା ସାତ ଜଣ ସାମ୍ୱାଦିକଙ୍କ ପରିବାର ଲୋକଙ୍କୁ ଆଜି ଛତ୍ରପୁର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରେ ଆୟୋଜିତ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା  । ଏଥିରେ କୋଭିଡରେ ଆକ୍ରନ୍ତ ହୋଇ ପ୍ରାଣ ହରାଇଥିବା ସାମ୍ୱାଦିକଙ୍କ ପରିବାର ଲୋକେ ଉପସ୍ଥିତ ରହି ଏହି ସହାୟତା ରାଶି ଗ୍ରହଣ କରିଥିଲେ  । ତେବେ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଜିଲ୍ଲା ପ୍ରାଶାସନ ପକ୍ଷରୁ ଆର୍ଥିକ ସହାୟତା ମିଳିଥିବାରୁ ମୃତ୍ୟୁ ବରଣ କରିଥିବା ସାମ୍ୱାଦକ ମାନଙ୍କ ପରିବାର ଲୋକେ ରାଜ୍ୟ ସରକରାଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସମେତ ବହୁ ସାମ୍ୱାଦିକ ମାନେ ଉପସ୍ଥିତ ଥିଲେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.