ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ପ୍ରଥମ ଦିନରେ ୭୦୦ରୁ ଅଧିକ ପଞ୍ଜୀକରଣ
ଭୁବନେଶ୍ୱର : ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଯୋଗ କରିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମିଛି । ପ୍ରଥମ ଦିନରେ ୭୦୦ରୁ ଅଧିକ କରିଛନ୍ତି ପଞ୍ଜୀକରଣ କରିଛନ୍ତି । ଭିନ୍ନକ୍ଷମ, ମହିଳା, ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ପଞ୍ଜିକରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲୋକଙ୍କ ସବୁ ପ୍ରକାର ସମସ୍ୟା ଶୁଣି ସମାଧାନ କରାଯାଉଛି । ଭୁବନେଶ୍ବର ୟୁନିଟ୍-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଟରେ ଜନଶୁଣାଣି ଚାଲିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ଲୋକ ଆସିଛନ୍ତି ।