ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ଉଦଳା, ସ୍ୱାଗତ ପାଇଁ ବାଥୁଡି ସମାଜ ଉତ୍ସାହିତ

ମୟୂରଭଞ୍ଜ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳ । ସ୍ୱାଗତ ପାଇଁ ବାଥୁଡି ସମାଜ ଉତ୍ସାହିତ । ମାର୍ଚ୍ଚ ୧ରେ ଉଦଳା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧ ତାରିଖ ଦିନ ଉଦଳା ସ୍ଥିତ ପାଟପୁରରେ ବାଥୁଡି ସାମାଜ ପକ୍ଷରୁ ତୃତୀୟ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ବାଥୁଡି ସାମାଜର ଲୋକମାନେ ଖୁସି ପ୍ରକଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଓ ତାଙ୍କୁ ସ୍ୱାଗତ କରିବା ପାଇଁ ଚାଲିଛି ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀଙ୍କ ଉଦଳାକୁ ପ୍ରଥମ ଗସ୍ତ ଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।
Also read: ଲିଙ୍ଗରାଜ ମନ୍ଦିରର ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପଚାରି ବୁଝିଲେ ସ୍ୱାସ୍ଥ୍ୟବସ୍ଥା