ରାଜୁକୁ ଧରି ଓଡ଼ିଶା ଫେରୁଛି କମିଶନରେଟ ପୋଲିସ, ୪ର୍ଥ ଦିନରେ ପୁଣି ଜେରା ପରେ କାଲି କୋର୍ଟରେ ହାଜର ହେବ

ରାଞ୍ଚିରେ ମାରାଥନ ଜେରା ପରେ ରାଜୁକୁ ଧରି ଓଡ଼ିଶା ଫେରୁଛି କମିଶନରେଟ ପୋଲିସ । ଆଜି ୪ର୍ଥ ଦିନରେ ପୁଣି ଜେରା ପରେ କାଲି କୋର୍ଟରେ ହାଜର ହେବ ରାଜୁ । ଆହୁରି ଅଧିକ ତଥ୍ୟ ହାସଲ ପାଇଁ ପୁଣି ରାଜୁକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଗତକାଲି ରାଞ୍ଚିରୁ ୫ଟି ସିମବକ୍ସ ଓ ୩୦୦ରୁ ଅଧିକ ସିମ୍ କାର୍ଡ ଠାବ ହୋଇଛି ।
ରାଜୁ ଖୋଲିଛି ଭୁବନେଶ୍ୱର କଟକ ରାଞ୍ଚି ଲିଙ୍କ ସହ ପାକ୍ ଚିନ୍ ମିଡଲ ଇଷ୍ଟ ଲିଙ୍କ । ସେପଟେ ଭୁବନେଶ୍ବରରେ NIA ଟିମ୍ । ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲାରେ ଖୋଲତାଡ ପାଇଁ ଭୁବନେଶ୍ବରରେ ପହଞ୍ଚିଲା NIA ଟିମ୍ । ପୋଲିସ କମିଶନର ଅଫିସରେ ପହଞ୍ଚି ଆଲୋଚନା କରୁଛନ୍ତି । ସିମ୍ ବକ୍ସ ଜବତ ମାମଲାରେ ତଦନ୍ତ କରିବ NIA ଟିମ୍ । ରାଜୁ ମଣ୍ଡଳଠାରୁ ତଥ୍ୟ ବାହାର କରିବ ଟିମ୍ ।