ଋଣ ଜାଲିଆତିର ଖୁଲାସା କଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓଡିଶା କଂପାନୀର ୨୭୦ କୋଟି ଋଣ ଜାଲିଆତି

ଓଡିଶା କଂପାନୀର ୨୭୦ କୋଟି ଋଣ ଜାଲିଆତି। ଋଣ ଜାଲିଆତିର ଖୁଲାସା କଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ । ଋଣ ଜାଲିଆତି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଜଣାଇଲା ପିଏନବି । ଭୁବନେଶ୍ବର ଷ୍ଟେସନ ସ୍କୋୟାର ଛକରେ ଥିବା ପିଏନବି ଶାଖାରୁ ଋଣ ନେଇଥିଲା ଗୁପ୍ତା ପାୱାର ଇନଫ୍ରାଷ୍ଟକ୍ ଚର । ପିଏନବିରୁ ୨୭୦କୋଟି ୫୭ଲକ୍ଷ ଟଙ୍କାର ଋଣ ନେଇ ଆଉ ପରିଶୋଧ କରିନଥିଲା ଗୁପ୍ତା ପାୱାର ଇନଫ୍ରାଷ୍ଟକ୍ ଚର ।
ଗୁପ୍ତା ପାୱାରର ଏନପିଏ ଖାତା ଯାଞ୍ଚ ବେଳେ ଜାଲିଆତି ହୋଇଥିବା ଜଣାପଡ଼ିଥିଲା । ୨୭୦କୋଟି ୫୭ଲକ୍ଷ ଟଙ୍କାର ଋଣକୁ ଗୁପ୍ତା ପାୱାରର ନନ ପର୍ଫମିଂ ଆସେଟ ଭାବେ ଦର୍ଶାଇଛି ପିଏନବି । ପରେ ଏନେଇ ପିଏନବି ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୂଚନା ପ୍ରଦାନ କରାଯାଇଛି ।