କଳିଙ୍କିତ ହେଉଛି କଂଗ୍ରେସ, ଗୋଷ୍ଠୀ କନ୍ଦଳରୁ ଭାଙ୍ଗୁଛି ଅଫିସ୍

କେନ୍ୟୁଜ୍(ବ୍ୟୁରୋ): ଥମିବାର ନାଁ ଧରୁନି କଂଗ୍ରେସ କଳି । ଆଜି ପୁଣି ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଯୁବ କଂଗ୍ରେସ ଅଫିସରେ ଚେୟାର, ଟେବୁଲ ସବୁ ଭଙ୍ଗାରୁଜା ହୋଇଛି । ଆସବାବପତ୍ର ସବୁ ଛିନଛତର । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ । ଆଜି ସକାଳ ୬ଟାରେ ୪ ଜଣ ଯୁବକ ମୁହଁରେ କଳା କପଡ଼ା ବାନ୍ଧି କଂଗ୍ରେସ ଭବନକୁ ଧସେଇ ପଶିଥିଲେ । କର୍ମଚାରୀଙ୍କୁ ଯୁବ କଂଗ୍ରେସ ଅଫିସ ଚାବି ମାଗିଥିଲେ । ଚାବି ନ ମିଳିବାରୁ କାର୍ଯ୍ୟାଳୟ ତାଲା ଭାଙ୍ଗି ଆସବାବପତ୍ର ଭଙ୍ଗାରୁଜା କରିବା ପରେ ଚମ୍ପଟ ମାରିଛନ୍ତି ।

congress bhawan

 ଭଙ୍ଗାରୁଜାରେ ସଂପୃକ୍ତ ଯୁବକମାନେ କିଏ ? କ’ଣ ପାଇଁ ଘଟାଇଲେ ଏଭଳି କାଣ୍ଡ ? କୁହାଯାଉଛି, ବହୁ ଦିନ ହେଲା ଯୁବ କଂଗ୍ରେସରେ ଲାଗି ରହିଛି ଗୋଷ୍ଠୀ କନ୍ଦଳ । ସେହି ଗୋଷ୍ଠୀ ବିବାଦରୁ ଏପରି ହୋଇଥାଇପାରେ ।

ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଲାଗି ରହିଛି । ନିରଞ୍ଜନଙ୍କ ବିରୋଧରେ ଭୁବନେଶ୍ୱରରେ ଗତ ସପ୍ତାହରେ ବିରୋଧୀ ଗୋଷ୍ଠୀ ଏକଜୁଟ ହୋଇଥିଲେ । ହେଲେ ଏଯାଏ ହାଇକମାଣ୍ଡଙ୍କ ପକ୍ଷରୁ କିଛି ଇଶାରା ଆସିନି । ଏପଟେ ଯୁବ କଂଗ୍ରେସ ଅଫିସରେ ଚେୟାର, ଟେବୁଲ ଭଙ୍ଗାରୁଜା ହୋଇଛି । ପୂର୍ବରୁ ୨୦୧୯ ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ଟିକେଟ ବଣ୍ଟାକୁ ନେଇ କିଛି ଅସନ୍ତୁଷ୍ଟ ନେତା କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.