ଯାଜପୁର : ଦିନିକିଆ ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ, କୋଭିଡ ପରିଚାଳନା ଓ ଏନଫୋର୍ସମେଣ୍ଟର କଲେ ସମୀକ୍ଷା

ଯାଜପୁର (କେନ୍ୟୁଜ): ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ । ଆଜି ଡିଜିପି ପାଣିକୋଇଲିସ୍ଥିତ ପୋଲିସ ମୁଖ୍ୟାଳୟରେ ପହଁଚି ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କୋଭିଡ କଟକଣା ସମୟରେ ଚାଲିଥିବା ଏନଫୋର୍ସମେଣ୍ଟ ସମ୍ପର୍କରେ ଏସପି ଚରଣ ସିଂ ମୀନାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ କରୋନା ଲଢେଇ ସମୟରେ ପୋଲିସର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ ।

ବିଶେଷ ଭାବରେ କୋଭିଡ ପରିଚାଳନା କ୍ଷେତ୍ରରେ ଯାଜପୁର ପୋଲିସର ଭୂମିକାକୁ ପ୍ରଶଂସା କରିବା ସହ ବିଭାଗର କାର୍ଯ୍ୟକଳାପରେ ସନ୍ତୁଷ୍ଟି ପ୍ରକାଶ କରିଥିଲେ ପୋଲିସ ଡିଜି ଅଭୟ । ଡିଜିପିଙ୍କ ଗସ୍ତ ସମୟରେ ଯାଜପୁର ଏସପିଙ୍କ ସମେତ ଜିଲାର ସମସ୍ତ ବରିଷ୍ଠ ଥାନା ଅଧିକାରୀ ମାନେ ସାମିଲ ହୋଇଥିଲେ।

Leave A Reply

Your email address will not be published.