ଦୁବାଇରେ ଓଡ଼ିଶା ଦିବସ ସମାରୋହ ପାଳିତ, ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ଅବସରରେ

ଦୁବାଇରେ ଓଡ଼ିଶା ଦିବସ ସମାରୋହ ପାଳିତ । ଭୁବନେଶ୍ୱରରୁ ଦୁବାଇ ବିମାନସେବା ଅବସରରେ ସମାରୋହ ପାଳିତ ହେଉଛି । କାର୍ଯ୍ୟକ୍ରମରେ ଯୋଗଦେଇଥିଲେ 5T ସଚିବ ଭି କେ ପାଣ୍ଡିଆନ । କନସୁଲେଟ୍‌ ଜେନେରାଲ ଅମନ ପୁରୀ, ମନ୍ତ୍ରୀ, ବିଭାଗୀୟ ଅଧିକାରୀ, ମଧ୍ୟପ୍ରାଚ୍ୟ ଓ ଦୁବାଇରେ ଥିବା ପ୍ରବାସୀ ଓଡ଼ିଆ ସାମିଲ ହୋଇଥିଲେ କାର୍ଯ୍ୟକ୍ରମରେ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି ଦୁବାଇକୁ ବିମାନ ଉଡ଼ାଣ ନେଇ ପ୍ରତିଶ୍ରୁତିବଦ୍ଧ ଥିଲି । ବର୍ଷକ ମଧ୍ୟରେ ପ୍ରତିଶ୍ରୁତି ପୂରଣ କରାଯାଇଛି । ଦୁବାଇକୁ ବିମାନ ଉଡ଼ାଣ କରି ମୁଁ ବହୁତ ଖୁସି । ବିଶ୍ୱସ୍ତରରେ ଏହା ଓଡ଼ିଶାର ଏକ ବଡ଼ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ବିଭିନ୍ନ ବିକାଶରେ ଏହା ସହାୟକ ହେବ ।

5T ସଚିବ ଭି କେ ପାଣ୍ଡିଆନ କହିଛନ୍ତି ଆମ ମୁଖ୍ୟମନ୍ତ୍ରୀ କ’ଣ ଆସନ୍ତା ପିଢ଼ି ଅନୁଭବ କରିବେ । ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ରିସର୍ଚ୍ଚ କରିବ ଭବିଷ୍ୟପିଢ଼ି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନେକ ତ୍ୟାଗ ରହିଛି । ଓଡ଼ିଶା ପାଇଁ ପରିଚୟ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ସ୍ୱର୍ଗଦ୍ୱାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ ବଡ଼ ଉଦାହରଣ ବୋଲି କହିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ଦୁବାଇକୁ ବିମାନସେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କନସୁଲେଟ୍‌ ଜେନେରାଲ ଅମନ ପୁରୀ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.