ଆସନ୍ତା ଏପ୍ରିଲ ୧ରେ ମହାସମାରୋହରେ ପାଳନ ହେବ ଓଡ଼ିଶା ଦିବସ, ପଲ୍ଲୀରୁ ଦିଲ୍ଲୀ ଗାଇବେ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର(କେନ୍ଯୁଜ୍): ମହାସମାରୋହରେ ପାଳନ ହେବ ଓଡ଼ିଶା ଦିବସ । ପଲ୍ଲୀରୁ ଦିଲ୍ଲୀ ଗାଇବେ ବନ୍ଦେ ଉତ୍କଳ ଜନନୀ । ଓଡ଼ିଶା ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଓଡ଼ିଶା ଦିବସ ଏଥର ମହାସମାରୋହରେ ପାଳନ କରାଯିବ । ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଗାନ କରାଯିବ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ । ସବୁଠି ଶୁଭିବ ଲହି ସଙ୍ଗୀତର ଗୁଞ୍ଜରଣ । ଝଙ୍କୁରିତ ହେବ ମଞ୍ଚ । ଏହାସହ ବୀରପୁତ୍ରଙ୍କ ଦ୍ୱାରା ରଚିତ ୧୦ଟି ସଙ୍ଗୀତ ପରିବେଷଣ କରାଯିବ ।

ଆସନ୍ତା ଏପ୍ରିଲ ୧ରେ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ସହ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ ହେବ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ଉତ୍ସବ ହେବ । ଚିକିତ୍ସା ସେବାରେ ସମ୍ମାନିତ ହେବେ ୧୦ ବିଶିଷ୍ଟ ବ୍ୟକ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.