କଟକ(କେନ୍ୟୁଜ୍): ରସିକିଆ ଡାକ୍ତରଙ୍କ କୁତୁକୁତିଆ କାମ। ଯେଉଁ ହାତରେ ଷ୍ଟେଥ ଧରି ରୋଗୀ ମାନଙ୍କ ହାର୍ଟବିଟ ମାପିବା କଥା ସେହି ହାତରେ ମୋବାଇଲ ଧରି ଜଣେ ଡାକ୍ତରୀ ଛାତ୍ରୀଙ୍କ ଗାଧୋଉଥିବା ଭିଡିଓ ଉଠାଇଛନ୍ତି। ଯାହା ଫଳରେ ସେହି ଡାକ୍ତରୀ ଛାତ୍ରୀଙ୍କ ସାଙ୍ଗମାନଙ୍କଠାରୁ ନିର୍ଧୁମ ଛେଚା ଖାଇଛନ୍ତି। ଘଟଣା ଘଟିଛି କଟକର ବଡ଼ ମେଡିକାଲରେ । ଭିଡିଓ କରି ଡାକ୍ତର ଜଣକ ତୁରନ୍ତ ନିଜ ସାଙ୍ଗମାନଙ୍କୁ ସେୟାର କରିଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ ଏସିବିର ଜଣେ ଡାକ୍ତରୀ ଛାତ୍ରୀ ଗାଧୋଉଥିବା ବେଳେ ଜଣେ ସିନିୟର ରେସିଡେଣ୍ଟ ଡାକ୍ତର ଛାତର ସ୍କାଏଲାଇଟ ପଟୁ ମୋବାଇଲରେ ଲୁଚି ଲୁଚି ଭିଡିଓ ଉଠାଉଥିଲେ । ହଠାତ ଛାତ୍ରୀଜଣଙ୍କର ଉପରକୁ ନଜର ପଡିଯିବାରୁ ବାଥରୁମରେ ଥାଇ ଚିତ୍କାର କରିଥିଲେ। ଛାତ୍ରୀ ଜଣଙ୍କର ଚିତ୍କାର ଶୁଣି ତାଙ୍କ ସାଙ୍ଗମାନେ ଏକାଠି ହୋଇଯାଇଥିଲେ। ପରେ ସେହି ସିନିଅର ରେସିଡେଣ୍ଟ ଡାକ୍ତରଙ୍କୁ କାବୁ କରି ନିର୍ଧମୁ ଛେଚିଥିଲେ।
କେବଳ ସେତିକି ନୁହେଁ ଭିଡିଓଟି ଉଠାଇ ସାରିବା ପରେ ନିଜ ମୋବାଇଲରୁ ସଙ୍ଗେସଙ୍ଗେ ନିଜ ସାଙ୍ଗମାନଙ୍କ ନିକଟକୁ ପଠାଇ ଦେଇଥିଲେ ଏହି ସିନିୟର ରେସିଡେଣ୍ଟ ଡାକ୍ତର। ତାଙ୍କର ଏହି କାମ ପାଇଁ ନିସ୍ତୁକ ମାଡ ଖାଉଥିବାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏସମ୍ପର୍କରେ ଏସସିବି କର୍ତୃପକ୍ଷ କିମ୍ବା ଥାନାରେ କୌଣସି ଲିଖିତ ଅଭିଯାଗ ହୋଇନଥିବା ସୂଚନା ମିଳିଛି । କିନ୍ତୁ ପରୋକ୍ଷରେ ଏହି ଘଟଣାକୁ ଚପାଇଦେବା ପାଇଁ ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି। ଏବିଷୟରେ ଏସସିବି ଡିନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।