ଓଡ଼ିଶା ଡାକ୍ତରଙ୍କ ସଫଳତା, ପିଏଚଡି ଏଣ୍ଟ୍ରାନ୍ସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ହାସଲ କଲେ ପ୍ରଥମ ସ୍ଥାନ

କେନ୍ଯୁଜ୍: ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓଡ଼ିଶା ଡାକ୍ତର । ଓୟୁଏଟି ଭେଟେରିନାରୀ କଲେଜ ସର୍ଜରୀ ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ବିଶ୍ୱଦୀପ ଜେନା । ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚଡି ଏଣ୍ଟ୍ରାନ୍ସ ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବ ଭାରତୀୟ ସ୍ତରରେ ସେ ପ୍ରଥମ ହୋଇଛନ୍ତି ।

ଡାକ୍ତର ଜେନା ବନ୍ୟପ୍ରାଣୀ ସର୍ଜରୀ କରି ରାଜ୍ୟ ତଥା ଦେଶରେ ଅନେକ କୀର୍ତ୍ତିମାନ ସ୍ଥାପିତ କରିଛନ୍ତି । ଭାରତର ଯେ କୌଣସି ସରୀସୃପ ପାଇଁ ସିଟି ସ୍କାନ କରିବାରେ ଡାକ୍ତର ବିଶ୍ୱଦୀପ ଦେଶରେ ପ୍ରଥମ ବ୍ୟକ୍ତି ହୋଇଥିଲେ । ସେହିପରି ସାପ ମାନଙ୍କ ଚିକିତ୍ସା ପାଇଁ ବଣ୍ୟପ୍ରାଣୀ ସର୍ଜରୀରେ ଜାତୀୟ ସମ୍ମିଳନୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.