ବଦଳିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାମ କରୁଥିବା ନର୍ସଙ୍କ ଡ୍ରେସ କୋଡ

ବଦଳିଲା ନର୍ସଙ୍କ ଡ୍ରେସକୋଡ ।  ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାମ କରୁଥିବା ନର୍ସଙ୍କ ଡ୍ରେସ କୋଡ ବଦଳିଛି ।  ଇଷତ ବାଇଗଣୀ ରଙ୍ଗର ଡ୍ରେସ ପିନ୍ଧିବେ ସିନିୟର ନର୍ସିଂ ଅଫିସର ।  ଆସିଷ୍ଟାଷ୍ଟ ନର୍ସିଂ ସୁପରିଣ୍ଟେଣ୍ତେଣ୍ଟ ସିଆନ ବ୍ଲୁ ରଙ୍ଗର ପୋଷାକ ପିନ୍ଧିବେ । ସେହିପରି ଡେପୁଟୀ ନର୍ସିଂ ସୁପରିଣ୍ଟେଣ୍ତେଣ୍ଟ ଧଳା ରଙ୍ଗର ଡ୍ରେସ ପିନ୍ଧିବେ ।

ଜେନେରାଲ ୱାର୍ଡରେ କାମ କରୁଥିବା ନର୍ସ ଧଳା ରଙ୍ଗର ଆପ୍ରନ ପିନ୍ଧିବେ । ସବୁ ନର୍ସଙ୍କ ଡ୍ରେସ କୋଡରେ ସମ୍ବଲପୁରୀ ଛିଟ ରହିବ । ୟୁନିଫର୍ମ କଲାରରେ ସମ୍ବଲପୁରୀ ଝଲକ ରହିବ । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

You might also like