ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି, ୩୬ ହଜାର ପୋଲିସ କର୍ମୀ ନିୟୋଜିତ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷାରେ ୩୬ ହଜାର ପୋଲିସ କର୍ମୀ ନିୟୋଜିତ । ସମ୍ବେଦନଶୀଳ ବୁଥରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ । ୧୨୬ କମ୍ପାନୀ CAPF ନିୟୋଜିତ ହେବେ । ଏହା କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ୨୫୫ଟି ଫ୍ଲାଇଂ ସ୍କ୍ଵାର୍ଡ଼ ଓ ୮୪୩ ମୋବାଇଲ ସ୍କ୍ଵାର୍ଡ଼ ମୁତୟନ ହେବେ । ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରସ୍ତୁତ । ଦୁଇ ଥାକିଆ ସୁରକ୍ଷା ବ୍ୟବସ୍ଥାରେ EVM ରହିବ ବୋଲି ସେ କହିଛନ୍ତି ।

ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ୍ । ଏଥର ୧୦ ହଜାର ୮୮୨ଟି ବୁଥ୍ ହୋଇଥିବା ବେଳେ, ଏଥିରୁ ୨୧ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ଅଟେ । ଯାହାକୁ ନେଇ ସୁରକ୍ଷା ଦୃଷ୍ଟିରୁ ୩୬ ହଜାର ପୋଲିସ ଓ ୧୨୬ କଂପାନୀ କେନ୍ଦ୍ରୀୟ ଫୋର୍ସ,୮୬ ପ୍ଲାଟୁନ ଆର୍ମ ପୋଲିସ ଫୋର୍ସ ସହ ୨୦ ହଜାର ୫ଶହ ସିଭିଲ ପୋଲିସ ଫୋର୍ସ ମୁତୟନ ହେବେ ।

 

You might also like