ଶାନ୍ତି ଶୃଙ୍ଖଳାର ସହ ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ

ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଶାନ୍ତି ଶୃଙ୍ଖଳାର ସହ ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନରେ ସରିଲା ମତଦାନ । ଇଭିଏମରେ ସିଲ ହେଲା ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ। ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଲୋକସଭା କ୍ଷେତ୍ର ଓ ଏହାର ବିଧାନସଭା ଆସନରେ ମତଦାନ ହୋଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଶାନ୍ତି ଶୃଙ୍ଖଳାର ସହ ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନରେ ସରିଲା ମତଦାନ । ଇଭିଏମରେ ସିଲ ହେଲା ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ। ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଲୋକସଭା କ୍ଷେତ୍ର ଓ ଏହାର ବିଧାନସଭା ଆସନରେ ମତଦାନ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ ହୋଇଛି ।
୫ ଲୋକସଭା କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେଥିରୁ ୩୪ ପୁରୁଷ ଓ ୬ ମହିଳା ପ୍ରାର୍ଥୀ ।

ସେହିପରି ୩୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ସଂଖ୍ୟା ରହିଛି ୨୬୫ । ସେଥିରୁ ୨୨୪ ପୁରୁଷ ଓ ୪୧ ମହିଳା ପ୍ରାର୍ଥୀ ଅଛନ୍ତି । ପ୍ରାୟ ୮୦ ଲକ୍ଷ ଭୋଟର ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୯ହଜାର ୧୪୮ ମତଦାନ କେନ୍ଦ୍ର ସହ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ହୋଇଛି । ମତଦାନ କରିଛନ୍ତି ସବୁ ବର୍ଗର ଭୋଟର । ଅଧିକ ସଂଖ୍ୟାରେ ମହିଳା ଭୋଟର ମତଦାନ କରିଛନ୍ତି । ଗୃହିଣୀ ହୁଅନ୍ତୁ ବା କର୍ମଜୀବୀ ମହିଳା ବୁଥକୁ ଆସି ଉତ୍ସାହର ମତାଧିକାର ସାବ୍ୟସ୍ତ କରିଛନ୍ତି । ମାଓ ପ୍ରବଣ ଅଞ୍ଚଳରେ ମଧ୍ୟ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଥିଲା । ଜୁନ ୪ତାରିଖରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.