୧୫ ଦିନରେ ୧୯ କୋଟିର ମାଦକ ଦ୍ରବ୍ୟ ଜବତ, ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ

କଟକ : ଅବକାରୀ ବିଭାଗକୁ ବଡ଼ ସଫଳତା। ଗତ ୧୫ ଦିନ ଭିତରେ ୧୯ କୋଟି ଟଙ୍କା ମୂଲ୍ୟର ମାଦକ ଦ୍ରବ୍ୟ ଜବତ ହୋଇଛି । ନୂତନ ବର୍ଷର ପାଳନ ତଥା ରାଜ୍ୟରେ ବିଭିନ୍ନ ଉତ୍ସବ ଗୁଡିକୁ ଆଖି ଆଗରେ ରଖ୍ ପୂର୍ତ୍ତ , ଆଇନ ଏବଂ ଅବକାରୀ ବିଭାଗର ମନ୍ତ୍ରୀ ପୃଥୀରଜ ହରିଚନ୍ଦନଙ୍କର ନିର୍ଦ୍ଦେଶକ୍ରମେ ଅବକାରୀ ବିଭଗ ତରଫରୁ ଗତ ଡିସେମ୍ବର ୨୮ ତାରିଖ ଠାରୁ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚୋରା , ନକଲି ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟର ପ୍ରସ୍ତୁତି , ଚାଲାଣ ଏବଂ ବିକ୍ରି ବିରୁଦ୍ଧରେ ଏକ ସ୍ବତନ୍ତ୍ର ଅଭିଯାନ କରାଯାଇଥିଲା । ଉକ୍ତ ସ୍ବତନ୍ତ୍ର ଅଭିଯାନରେ ସମୁଦାୟ ୪୦୧୩ ଗୋଟି ମୋକଦ୍ଦମା ରୁଜୁ କରାଯାଇ ଥିବା ବେଳେ ୨ ହଜାର ୧୭୬ ଜଣଙ୍କୁ ଗିରଫ କରଯାଇଅଛି।

You might also like