ଜୁନ ୨ୟ ସପ୍ତାହ ବେଳକୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ, ଆଗାମୀ ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଠିକ୍‌ ସମୟରେ ମୌସୁମୀ ଆସିଥିଲେ ସୁଦ୍ଧା କମ୍‌ ରହିଛି ବର୍ଷାର ପରିମାଣ। ଜୁନ ୨ୟ ସପ୍ତାହ ବେଳକୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ । ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ପାଶ୍ୱବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ପାଣିପାଗ ବିଭାଗ ।

୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ିର ମଧ୍ୟ ଚେତାବନୀ ଦିଆଯାଇଛି। ଜୁନ ୧ରୁ ଜୁଲାଇ ୨ ତାରିଖ ମଧ୍ୟରେ ଓଡ଼ିଶାରେ ୧୯୩.୭ ମିମି ବର୍ଷା ଅନୁଭୁତ ହୋଇଛି। ଯାହା ସ୍ୱାଭାବିକ ବର୍ଷା ଠାରୁ ୧୮ ପ୍ରତିଶତ କମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.