ରାଜଧାନୀ ଦିଲ୍ଲୀରେ ୨୨ରୁ ୨୪ ପାଳିତ ହେବ ଓଡ଼ିଶା ପର୍ବ, ସାମିଲ ହେବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ । ଜବାହାରଲାଲ ନେହରୁ ଷ୍ଟାଡିୟମ ପରିସରରେ ଉଦଘାଟିତ ହେଲା ୩ ଦିନିଆ ଓଡ଼ିଶା ପର୍ବ। ଖଲସୁଛି ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରା ଓ କୀର୍ତ୍ତିରାଜିର ଇତିହାସ। ଆଜିଠୁ ୨୪ ଯାଏଁ ଓଡ଼ିଆ ସମାଜ ପକ୍ଷରୁ ପାଳିତ ହେଉଛି ଓଡ଼ିଶା ପର୍ବ। ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ବହୁ ବୁଦ୍ଧିଜୀବୀ, ଲେଖକ ଓ କଳାକାର ଉପସ୍ଥିତ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଭାରତ ଇତିହାସରେ ଓଡ଼ିଶାର ସ୍ପତନ୍ତ୍ର ସ୍ଥାନ ରହିଛି। ଶାନ୍ତି ପାଇଁ ବିଶ୍ବ କଳିଙ୍ଗ ଯୁଦ୍ଧରୁ ଶିକ୍ଷାଲାଭ କରୁ ବୋଲି ରାଷ୍ଟ୍ରପତି କହିଛନ୍ତି। ବାଲିଯାତ୍ରା କଥା ବି କହିଛନ୍ତି। ସେହିଭଳି ଦିଲ୍ଲୀରେ ରହୁଥିବା ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଶ୍ବ ସ୍ତରରେ ପରିଚୟ ସୃଷ୍ଟି କରିଛନ୍ତି ଓଡ଼ିଆ ।

ଏହି ବର୍ଣ୍ଣାଢ୍ୟ ସମାରୋହରେ ଯୋଗଦେବେ ଓଡ଼ିଶାର ପ୍ରତିଭାବାନ କଳାକାର, ଲେଖକ ଓ ବୁଦ୍ଧିଜୀବୀ । ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଝଲସିବ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରା ଓ କୀର୍ତ୍ତିରାଜିର ଇତିହାସ । ବର୍ତ୍ତମାନର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନାରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପର୍ବର ପ୍ରଥମ ସଂସ୍କରଣ ୨୦୧୭ରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଲନରେ ଅନୁଷ୍ଠିତ ହୋଇଥିଲା ଏବଂ ୨୦୧୯ ପର୍ଯ୍ୟନ୍ତ ଏହି ପର୍ବ ଏଠାରେ ପାଳିତ ହୋଇ ଆସୁଛି ।

ଦିଲ୍ଲୀରେ ଏହି ପର୍ବର ଅଭୁତପୂର୍ବ ସଫଳତା ପରେ ୨୦୧୮ରେ ଗୁଜରାଟର ସୁରଟରେ ଓଡ଼ିଶା ପର୍ବ ପାଳିତ ହୋଇଥିଲା । କୋଭିଡ୍ ମହାମାରୀ କାରଣରୁ ୨୦୨୦ରେ ଓଡ଼ିଶା ପର୍ବ ବାତିଲ ହୋଇଥିଲା ବେଳେ ୨୦୨୧ ଓ ୨୦୨୨ରେ ଭର୍ଚୁଆଲ୍ ସେଲିବ୍ରେସନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ପ୍ରସାରିତ ହୋଇଥିଲା ।  ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଓଡ଼ିଶା ପର୍ବରେ ଓମାନ, ୟୁଏଇ, ବ୍ରିଟେନ୍, ଆମେରିକା, ରୁଷିଆ, ଅଷ୍ଟ୍ରେଲିଆ, ତାଞ୍ଜାନିଆ ସମେତ ବାହାର ରାଜ୍ୟରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆ ଓ ଅଣ ଓଡ଼ିଆଲୋକମାନେ ସାମିଲ ହୋଇଥିଲେ । କରୋନା ପରବର୍ତ୍ତୀ ସମୟରେ ୨୦୨୩ ମାର୍ଚ୍ଚରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ ପଡ଼ିଆରେ ଓଡ଼ିଶା ପର୍ବ- ୨୦୨୩ ଆୟୋଜନ କରାଯାଇଥିଲା ।

ଓଡ଼ିଶା ପର୍ବ- ୨୦୨୩ରେ ଆଉ ଏକ ପ୍ରମୁଖ ଆକର୍ଷଣ ଥିଲା ଓଡ଼ିଶା କନ୍ କ୍ଲେଭ୍ । ଏହି ତିନି ଦିନିଆ ଜାତୀୟ ସମ୍ମିଳନୀର ପ୍ରଥମ ସଂସ୍କରଣ ତିନୋଟି ମୁଖ୍ୟ ବିଷୟବସ୍ତୁ ସହିତ ଆୟୋଜନ କରାଯାଇଥିଲା। ଓଡ଼ିଶା ଅସ୍ମିତା, ଓଡ଼ିଶା ସ୍ୱାଭିମାନ, ଆତ୍ମନିର୍ଭର ଓଡ଼ିଶା ଉପରେ ଚର୍ଚ୍ଚା ଆଲୋଚନା ହୋଇଥିଲା । ସମ୍ମିଳନୀର ପ୍ରତ୍ୟେକ ଅଧିବେଶନରେ ବିଶ୍ୱର ପ୍ରସିଦ୍ଧ ଓଡ଼ିଆ ବ୍ୟକ୍ତିତ୍ୱମାନେ ଯୋଗ ଦେଇ ଓଡ଼ିଆ ସମାଜ ଓ ଓଡ଼ିଶା ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।  ୨୦୧୭ ପରଠାରୁ ଆୟୋଜିତ ଓଡ଼ିଶା ପର୍ବ କାର୍ଯ୍ୟକ୍ରମରେ ସ୍ୱର୍ଗତ ଅରୁଣ ଜେଟଲି, ସ୍ୱର୍ଗତ ପ୍ରଣବ ମୁଖାର୍ଜୀ, ଶ୍ରୀ ଭେଙ୍କୟା ନାଇଡୁ, ଶ୍ରୀ ରାଜନାଥ ସିଂ, ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଶ୍ରୀ ବିଶ୍ୱଭୂଷଣ ହରିଚନନ୍ଦନ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ।

ଏଠାରେ ଆୟୋଜିତ ପ୍ରଦର୍ଶନୀରେ ୪୫ଟି ଓଡ଼ିଆ ଫୁଡ ଷ୍ଟଲ, ୨୫ ହସ୍ତତନ୍ତ ଓ କଳାଉତ୍ପାଦ ଷ୍ଟଲ ତଥା ଓଡ଼ିଶାକୁ ପ୍ରଦର୍ଶିତ କରିଥିବା ଷ୍ଟଲ ଗୁଡ଼ିକର ପ୍ରଦର୍ଶନ ରହିବ ।  ଏହି ପର୍ବରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ହଜାର ହଜାର ଲୋକମାନେ ଯୋଡିବାର ଆଶା କରାଯାଉଥିବା ନେଇ ଆଶା କରାଯାଉଛି ।

 

You might also like