ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବୁଲେଟ ଫାଇଆର ସେଫ୍ଟି ଯାନ, ଗଳି କନ୍ଦିରେ ପଶି ନିଆଁ ଲିଭାଇବ
ଭୁବନେଶ୍ୱର : ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବୁଲେଟ ଫାଇଆର ସେଫ୍ଟି ଯାନ। ଅଗ୍ନିଶମ ବିଭାଗର ବଡ଼ ବଡ଼ ଗାଡ଼ି ବେଳେ ବେଳେ ଗଳି କନ୍ଦିରେ ପଶି ନିଆଁ ଲିଭାଇବାରେ ସକ୍ଷମ ହୋଇନଥାଏ । ତେଣୁ ବିଭାଗ ପକ୍ଷରୁ ଏପରି ଏକ ବୁଲେଟ ଲଞ୍ଚ କରାଯାଇଛି । ଏଥିରେ ଦୁଇଟି ବଡ ପାଣି ଏବଂ ଫେଣ ମିଶା ୨୧ ଲିଟରର ସିଲିଣ୍ଡର ରହିଛି ।
ଏହି ଅତ୍ୟାଧୁନିକ ବୁଲେଟରେ ୨ ଟି ପାଣି ସିଲିଣ୍ଡର ସହ ୨ ଟି ଗ୍ୟାସ ସିଲିଣ୍ଡର ମଧ୍ୟ ରହିଛି। ଯାହା ଦ୍ଵାରା କୌଣସି ଅସୁବିଧାରେ ୩୦ ମିଟର ଲମ୍ବା ପାଇପ ଦ୍ଵାରା ପାଣି ଛଡ଼ା ଯାଇପାରିବ । ଏହି ୩୦ ମିଟର ପାଇପରେ ୱାଟର ଗନ ରହିଛି ଯେଉଁଥିରେ ୨ଟି ଭିନ୍ନ ଭିନ୍ନ ୱାଟର ନଜେଲ ରହିଛି। ଯାହାକି ଭିନ୍ନ ଭିନ୍ନ ନିଆଁକୁ ଆୟତ୍ତ କରିବାରେ ସାହାର୍ଯ୍ୟ କରିବ । ଏହି ବୁଲେଟରେ ୱାକିଟକି, ଏମର୍ଜେନ୍ସି ସାଇରନ୍ ସହ ଏକ ବ୍ଲୁଟୁଥ୍ କନେକ୍ଟ ହେଲମେଟ ମଧ୍ୟ ରହିଛି ।