ମାଲକାନାଗିରି: କରୋନା ସତର୍କତା ନେଇ ଜିଲ୍ଲା କାରାଗାର ବିଶୋଧନ କଲା ଅଗ୍ନିଶମ ବିଭାଗ

ମାଲକାନଗିରି: ସାରା ଦେଶରେ କରୋନା ମୁକାବିଲା ନେଇ ତତ୍ପରତା ଦେଖାଦେଇଥିବାବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ମଧ୍ୟ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ଯୁଦ୍ଧରେ ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ଆଗେଇ ଆସୁଛନ୍ତି। ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲା କାରାଗାରରେ ବିଶୋଧନ ସିଞ୍ଚନ କାର୍ଯ୍ୟ ଆରମ୍ଭ କରିଛି ଅଗ୍ନିଶମ ବିଭାଗ । ଏହାପରେ ଜିଲ୍ଲାର ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ କାର୍ଯ୍ୟାଳୟ ମାନଙ୍କରେ ବିଶୋଧନି କରଣ କାମ କରାଯିବବୋଲି ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.