ଓଡ଼ିଶା ଫୁଡ୍‌ ପ୍ରୋ-୨୦୨୨ ଉଦ୍‌ଘାଟିତ, ଭର୍ଚୁଆଲରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶା ଫୁଡ୍‌ ପ୍ରୋ-୨୦୨୨ ଉଦ୍‌ଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏହାକୁ ଉଦ୍‌ଘାଟନ କରିଛନ୍ତି । ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ Odisa food PRO ସହାୟକ ହେବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ରାଜ୍ୟ ଅଭିବୃଦ୍ଧିର ଏକ ଶକ୍ତିଶାଳୀ ପ୍ରେରଣା ହେବ । ଓଡିଶା ଫୁଡ ପ୍ରୋ ବାର୍ଷିକ ଇଭେଣ୍ଟ ହେବ। ଏହାକୁ ପ୍ରତିବର୍ଷ MSME ଆୟୋଜନ କରିବ । ବିଶ୍ୱ ଓ ଦେଶର ଖାଦ୍ୟ ପ୍ରକ୍ରିୟାକରଣ ମାନଚିତ୍ରରେ ଓଡ଼ିଶା ସ୍ଥାନିତ କରିବାକୁ ଲକ୍ଷ୍ୟ ରହିଛି ।

ମହିଳା SHG ଯୋଗାଣ ଶୃଙ୍ଖଳା ଏକ ଅଂଶୀଦାର ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଭାରତୀୟ ଖାଦ୍ୟ ଇକୋସିଷ୍ଟମରୁ ନିବେଶକ, ଉତ୍ପାଦକ, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟାର୍ଟ ଅପ୍‌, ନୀତି ନିର୍ମାତା ଏବଂ ସଂଗଠନର ଏକ ଅନନ୍ୟ ଇଣ୍ଟରଫେସ୍‌ ଓଡିଶା ଫୁଡ୍‌ ପ୍ରୋ ୨୦୨୨କୁ ଉଦଘାଟନ କରି ଏହା କହିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଓଡ଼ିଶାକୁ ଏକ ଅନୁକୂଳ ଗନ୍ତବ୍ୟସ୍ଥଳରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି।

ରାଜ୍ୟର ଅଭିବୃଦ୍ଧିର ଏକ ଶକ୍ତିଶାଳୀ ଡ୍ରାଇଭର ହୋଇପାରିଥିବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର। ଅମଳ ପରବର୍ତ୍ତୀ ଫସଲ ହ୍ରାସ, ମୂଲ୍ୟ ଯୋଗ ଏବଂ କୃଷକଙ୍କ ଆୟ ବୃଦ୍ଧି ଦିଗରେ ଏହାର ଅପାର ସମ୍ଭାବନା ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଏକ ଇଭେଣ୍ଟ ଯାହା କେବଳ ନିବେଶକମାନଙ୍କୁ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବିନିଯୋଗ ପରିବେଶକୁ ବୃଦ୍ଧି କରିବାରେ ସକ୍ଷମ ନୁହେଁ ବରଂ ମାଇକ୍ରୋ ଏବଂ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀଙ୍କୁ ଆର୍ଥିକ ତଥା ନୂତନ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟାକୁ ଏକ୍ସପୋଜର୍‌ ଯୋଗାଇବା ପାଇଁ ସକ୍ଷମ କରିଛି।

ଏହି କାର୍ଯ୍ୟକ୍ରମରେ ମହିଳା SHGର ଅଂଶଗ୍ରହଣକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ରାଜ୍ୟର ନୀତି ନିୟମାବଳୀକୁ ଦର୍ଶାଇ ସେ କହିଛନ୍ତି ଯେ ଖାଦ୍ୟ ଉତ୍ପାଦକ ଏବଂ ପ୍ରକ୍ରିୟାକରଣକାରୀଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ଯ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.