ଧାଡିରେ ଛିଡା ହେଲେ ୫ ଟଙ୍କା ଦେଇ ଆହାର କେନ୍ଦ୍ରରୁ ଖାଇଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଫୁଲବାଣୀ(କେନ୍ୟୁଜ୍):  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଫୁଲବାଣୀ ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ । ବସଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ରରେ ନିଜେ ଲାଇନରେ ଠିଆ ହୋଇ ଟିକେଟ କିଣି ଭାତ ଡାଲମା ଖାଇଥିଲେ । ଖାଦ୍ୟର ମାନ ପରଖିଥିଲେ । ପରିଷ୍କାର, ପରିଚ୍ଛନ୍ନତା ବୁଲି ଦେଖିଥିଲେ । ଲୋକଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ ଆରୁଖ । ତାଙ୍କ ସହ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ମଧ୍ୟ ଆହାର କେନ୍ଦ୍ରରେ ମିଲ୍‌ ଖାଇଥିଲେ । ଆହାର କେନ୍ଦ୍ରରେ ପରିଚାଳନା ନେଇ ଏସଏସଜିକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.