ଆନ୍ଧ୍ର ସହ ଓଡିଶାର ସୀମା ଓ ଜଳ ବିବାଦ ତୁଟିବ, ସମାଧାନର ବାଟ ବାହାର କରିବାକୁ ଗଠନ ହେଲା ୮ ଜଣିଆ କମିଟି

କେନ୍ୟୁଜ୍(ବ୍ୟୁରୋ): ଆନ୍ଧ୍ର ସହ ସୀମା ଓ ଜଳ ବିବାଦ ତୁଟାଇବା ପାଇଁ ସମାଧାନର ବାଟ ବାହାର କରିବାକୁ ଗଠନ ହେଲା କମିଟି। ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ୮ ଜଣିଆ କମିଟି ଗଠନ ହୋଇଛି। କମିଟିରେ ସଦସ୍ୟ ଅଛନ୍ତି ଉନ୍ନୟନ କମିଶନର ଓ  ୬ଟି ବିଭାଗର ପ୍ରମୁଖ ସଚିବ। ଗୃହ, ରାଜସ୍ୱ, ଜଳସମ୍ପଦ, ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ସଦସ୍ୟ ଅଛନ୍ତି।

ଗତ ୯ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ବହୁ ଦିନ ଧରି ଲାଗି ରହିଥିବା ସୀମା ଓ ଜଳ ବିବାଦରେ ସମାଧାନର ବାଟ ବାହାର କରିବା ନେଇ ହୋଇଥିଲା ଆଲୋଚନା। ନିଷ୍ପତ୍ତି ହୋଇଥିଲା, ବିବାଦରେ ସମାଧାନର ବାଟ ବାହାର କରିବେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ। ଏହାରି ଆଧାରରେ ଓଡ଼ିଶା ତରଫରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି।

Leave A Reply

Your email address will not be published.