ଗଠନ ହେଲା ‘ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ’, ସମତା କ୍ରାନ୍ତି ଓ ଉତ୍କଳ ଭାରତ ମିଶି ଗଢ଼ିଲେ ଦଳ

ଭୁବନେଶ୍ବର(କେନ୍ୟୁଜ୍) : ଓଡ଼ିଶା ରାଜନୀତିରେ ଜନ୍ମ ନେଲା ନୂଆ ସାମୁଖ୍ୟ। ଗଠନ ହେଲା ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ । ବ୍ରଜ ତ୍ରିପାଠୀଙ୍କ ସମତାକ୍ରାନ୍ତି ଓ ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ମିଳିତ ଭାବେ ଗଢ଼ିଛନ୍ତି ଏହି ନୂଆ ଦଳ ମେଣ୍ଟ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ନେତା ସୂଚନା ଦେଇଛନ୍ତି। ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ କ୍ଷମତାକୁ ଆସିଲେ ଶିଳ୍ପର ବିସ୍ତାର, ବେକାରୀ ଦୂରୀକରଣ, କୃଷି ସମସ୍ୟା ଦୂର ଓ ଉଚ୍ଚ ଶିକ୍ଷାର ମାନ ବୃଦ୍ଧି କରିବ ବୋଲି ଦୁଇ ନେତା ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ବିଜେଡି ବିରୋଧୀ ଦଳ ଏହି ସାମୁଖ୍ୟରେ ଯୋଗ ଦେବାକୁ ଉଭୟ ନେତା ଅନୁରୋଧ କରିଛନ୍ତି। ୨୦୧୯ ନିର୍ବାଚନରେ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦିଆଯିବ ।