କ୍ରୀଡ଼ାକୁ ପ୍ରୋତ୍ସହନ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ, ମିଳିଲା ସ୍ପୋର୍ଟସ ଷ୍ଟାର ପୁରସ୍କାର

ଭୁବନେଶ୍ବର (କେନ୍ୟୁଜ୍) :ସ୍ପୋର୍ଟସ୍ ଷ୍ଟାର ଆଓ୍ଵାର୍ଡରେ ଓଡ଼ିଶାକୁ ପୁରସ୍କାର । କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହୋଇଛି ଶ୍ରେଷ୍ଠ ରାଜ୍ୟ । କାର‌୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାରକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି । କହିଛନ୍ତି ‘କ୍ରୀଡାରେ ବିନିଯୋଗ ଯୁବବର୍ଗଙ୍କ ପାଇଁ ବିନିଯୋଗ । ଅନ୍ୟ ରାଜ୍ୟ ବି ଖେଳର ପ୍ରାଯୋଜିତ ହେବା ଆବଶ୍ୟକ । କାର‌୍ୟ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉତ୍କଷ୍ଠ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ସମ୍ମାନିତ କରାଯିବ। ବିଭିନ୍ନ ବିଭାଗରେ ସଫଳତା ପାଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ଆୱାର୍ଡ ଦିଆଯାଉଛି ।

ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲରେ ଆୟୋଜିତ ହେଉଛି ଆୱାର୍ଡ ସେରିମୋନି । ଏହି କାର‌୍ୟ୍ୟକ୍ରମରେ ଓଡ଼ିଆ ଆଥଲେଟ୍ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦ ମଧ୍ୟ ଯୋଗଦେଇଛନ୍ତି । ପପୁଲାର୍ ଆୱାର୍ଡ୍ସ, ଜୁରୀ ଆୱାର୍ଡ୍ସ ଓ ନୋମିନେଟେଡ୍ ଆୱାର୍ଡ୍ସ ଭଳି ତିନିଟି ବିଭାଗରେ ବିଭିନ୍ନ ଖେଳାଳି ଓ ଖେଳ ପାଇଁ କାର‌୍ୟ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚୟନ କରାଯାଇଛି ।

କ୍ରିକେଟର ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର, ପୂର୍ବତନ ହକି ଅଧିନାୟକ ଏମ.ଏମ.ସୋମୟା, ବିଶ୍ୱ ଆଥଲେଟ ଚାମ୍ପିଅନସିପ ବିଜେତା ଅଞ୍ଜୁ ବବି ଜର୍ଜ, ସୁଟର ଅଞ୍ଜଳି ଭାଗବତ, ହିନ୍ଦୁ ଗ୍ରୁପର ପୂର୍ବତନ ସଂପାଦକ ଏନ.ରାମ ଏହାର ବିଚାରକ ଅଛନ୍ତି ।