କଣ୍ଠଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଉତ୍କଳ ଦିବସରେ ଉନ୍ମୋଚନ ହେବ ଭିଡିଓ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗାଇଲେ ଗୀତ। ସେ ପୁଣି ଅନ୍ୟ କୌଣସି ଭାଷା ନୁହେଁ ଖାଣ୍ଟି ଓଡ଼ିଆ ଗୀତ। ଜଣେ ପେସାଦାର କଣ୍ଠଶିଳ୍ପୀଙ୍କ ପରି ଷ୍ଟୁଡିଓରେ କଣ୍ଠଦାନ କରି ଗୀତ ରେକର୍ଡିଂ କରିଛନ୍ତି ରାଜ୍ୟପାଳ ଗଣେଶୀଲାଲ । ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଗୀତଟି ହେଉଛି “ଏମାଟି ଓଡ଼ିଶା, ଏ ଜାତି ଓଡ଼ିଆ” । ପ୍ରକୃତରେ ଓଡ଼ିଶା ମାଟିର କଳା ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ସଂଗୀତ ପ୍ରସ୍ତୁତ କରିଥିଲେ ପ୍ରେମାନନ୍ଦ । ପୂର୍ବରୁ ଏହି ଗୀତାରେ ପ୍ରାୟ ୧୫ ଜଣ ଶିଳ୍ପୀ କଣ୍ଠଦାନ କରିଛନ୍ତି । ଆଉ ଏମାନଙ୍କ ସହିତ ନିଜେ ଗୀତ ଗାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ସୂଚନାରୁ ଜଣାଯାଇଛିଯେ ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ଏକ ଷ୍ଟୁଡିଓରେ ରାଜ୍ୟପାଳଙ୍କ ରେକଡ଼ିଂ କରାଯାଇଛି ।

କହିରଖିବା ଉଚିତ ହେବକି, ଗୀତିକାର ବସନ୍ତରାଜ ସାମଲ ଗୀତଟିକୁ ଲେଖିଛନ୍ତି । ଷ୍ଟୁଡିଓରୁ ବାହାରିବା ପରେ ରାଜ୍ୟପାଳଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବାରୁ ସେ କହିଥିଲେକି ଏହା ଏକ କୃଷ୍ଣ ଗୀତ। ଖାଲି ଦେଶ ନୁହେଁ ସାରା ବିଶ୍ୱର ମନକୁ ଛୁଇଁପାରିବ । ଏହି ଗୀତରେ ଯେଉଁ ମାଧୁର୍ଯ୍ୟ ଅଛି, ସେଥିରେ ସମସ୍ତେ ଆତ୍ମହରା ହୋଇ ଯିବେ। ଆଗକୁ ଥିବା ଉତ୍କଳ ଦିବସରେ ଭିଡିଓ ସହିତ ଏହି ଗୀତ ଉନ୍ମୋଚିତ ହେବ ବୋଲି ଜଣାପଡ଼ିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.