ସିଙ୍ଗିଲ ୱିଣ୍ଡୋ ବୈଠକରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ୧୨ ହଜାର ୨୮୦ ନିଯୁକ୍ତି

ଭୁବନେଶ୍ୱର : ସିଙ୍ଗିଲ ୱିଣ୍ଡୋରେ ୧୭ ପ୍ରକଳ୍ପକୁ ମଞ୍ଜୁରୀ । ଉତ୍କର୍ଷ ଓଡ଼ିଶା ପୂର୍ବରୁ ସିଙ୍ଗିଲ ୱିଣ୍ଡୋ ବୈଠକରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ୧୪୩ତମ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହି ପ୍ରକଳ୍ପ ଗୁଡିକୁ ମଞ୍ଜୁରି ମିଳିଛି । ୧୭ଟି ପ୍ରମୁଖ ପ୍ରକଳ୍ପ ଜରିଆରେ ରାଜ୍ୟକୁ ୩୮୮୩ କୋଟି ୭୨ ଲକ୍ଷ ଟଙ୍କାର ନିବେଶ ଆସିବ । ଷ୍ଟିଲ, ଫାର୍ମାସି, କେମିକାଲ ଓ ଗ୍ରୀନ ଏନର୍ଜିରେ ପୁଞ୍ଜି ନିବେଶ ହେବ। ଏହି ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସମଗ୍ର ରାଜ୍ୟରେ ୧୨ ହଜାର 280 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁମୋଦନ ଲାଗି ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ତଥ୍ୟ ଉପସ୍ଥାପନ କରିଛନ୍ତି ।
ନୂଆବର୍ଷ ଆରମ୍ଭରୁ ରାଜ୍ୟ ସରକାର ଶିଳ୍ପାୟନର ନୂଆ ଅଧ୍ୟାୟ । ଜାନୁଆରୀ ୧ ରେ ରାଜ୍ୟରେ ୪ ହଜାର ୨୨୨ କୋଟି ୨୪ ଲକ୍ଷ ଟଙ୍କାର ପୁଞ୍ଜିନିବେଶକୁ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ମଞ୍ଜୁରୀ ଦେଇଥିଲା । ୨୫ ଟି ନୂଆ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୧୪ ହଜାର ୪୯୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଜାନୁଆରୀ ୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ୪୪,୭୯୩.୦୩ କୋଟି ନିବେଶକୁ ମଞ୍ଜୁରୀ ଦେଇଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୩,୦୦୫ ନିଯୁକ୍ତି ମିଳିବ ବୋଲି କୁହାଯାଇଛି ।