ସମ୍ପୂର୍ଣ୍ଣ ୩୦ଟି ଜିଲ୍ଲାରେ ମାର୍ଚ୍ଚ ୨୯ ଯାଏ ଲକ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ବଢ଼ିଲା କରୋନା କଟକଣା । ରାଜ୍ୟର ୩୦ଟି ଯାକ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର । ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ଯାଏ ଏହି କଟକଣା ଲାଗୁ ହେବ ବୋଲି ଏବେ ଏବେ ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି । ଲକ୍‌ଡାଉନ୍‌ ବେଳେ ଯେଉଁ ସବୁ କଟକଣା ଜାରି ରହିଛି ତାକୁ ଯେମିତି ସମଦେସ୍ତ ଠିକ୍‌ ଭାବେ ପାଳନ କରିବେ ସେ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

subrat bagchiବିଭିନ୍ନ ଜିଲ୍ଲାର ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ସହ ଅତ୍ୟାବଶ୍ୟକ ସାମଗ୍ରୀ କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥିପ୍ରତି ସ୍ଥାନୀୟ ପ୍ରଶାସନ ଗୁରୁତ୍ୱର ସହ ଦୃଷ୍ଟି ଦେବାକୁ କୁହଯାଇଛି ।
କ୍ଷୀର ଦୋକାନ, ଫଳ ଦୋକାନ, ଗ୍ରୋସରୀ ଦୋକାନ ଆଦି ଖୋଲା ରହିବ ବୋଲି ବାଗଚୀ ସୂଚନା ଦେଇଛନ୍ତି । ଏହା ସହିତ ପୁଣିଥରେ ସେ ଲୋକଙ୍କୁ ନିବେଦନ କରିଛନ୍ତି ଯେ ଘରେ ରହି କରୋନା ସହ ଲଢ଼ିବା ପାଇଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.